ଥାଏରଡ଼ ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
300

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ପବିତ୍ର କାର୍ତ୍ତିକ ମାସ ଅବସରରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତର ଧରଣୀ ଧର ଉଚ୍ଚ ବିଦ୍ୟାଳୟ ଠାରେ ନଭେମ୍ବର ଆଜି ସକାଳ 8 ଘଣ୍ଟ ଠାରୁ 12 ଘଣ୍ଟ ପ୍ରର୍ଯ୍ୟନ୍ତ ଏକ ଥାଏରଡ଼ ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ପରୀକ୍ଷା ନିମନ୍ତେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହି କାଯ୍ୟକର୍ମକୁ ଜଗନ୍ନାଥ ପ୍ରସାଦ ବ୍ଲକର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ସମସ୍ତ ଗ୍ରାମବାସି ବୃଦ। ଶ୍ରୀଦୟା ନିଧି ଗୌଡ଼, ଅଭିଭାବକ ଶ୍ରୀ ବସନ୍ତ କୁମାର ପ୍ରଧାନ ବିଦ୍ୟାଳୟ ଅଫିସ ସହାୟକ ଶ୍ରୀ ବିଦେଶୀ ସାହୁ ପ୍ରମୁଖ ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here