ଅଟୋ -ବାଇକ ମୁହାଁମୁହିଁ ; ଜଣେ ଗୁରୁତର ଜଣେ ମୃତ

0
235

ଭଞ୍ଜନଗର:ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଅଟୋ ବାଇକ ମୁହାଁ ମୁହିଁ ଧକ୍କା । ଖବର ପାଇ ସୋରଡ଼ା ଥାନା ଅଧିକାରୀ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଦୁଇ ଆହତ ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସୋରଡ଼ା ମେଡିକାଲ କୁ ସ୍ତାନାନ୍ତରିତ କରିଥିଲେ । ସେଠାରେ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ହେଲେ ଗୁଣ୍ଡୁରୀବାଡି ଗ୍ରାମ ର ପାଣ୍ଡା ନାୟକ । ଆହତ ଜଣଙ୍କ ହେଲେ ରୋହିତ ନାୟକ । ଅନ୍ୟପଟେ ପୋଲିସ ଅଟୋ ଓ ବାଇକ କୁ ଜବତ କରି ଘଟଣା ର ତଦନ୍ତ ଚଳାଇଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here