ଲକ୍ଷ୍ମଣପଲ୍ଲୀ ରେ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ସଭାଗୃହ ଉଦଘାଟନ ଉତ୍ସବ

0
322

ପୋଲସରା(ଅନିଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ନଭେମ୍ବର ୦୪ ତାରିଖ ଦିନ ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ରୀୟ ସଭାଗୃହର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ରାଜଶ୍ରୀ ବଳାସୀ ସମାଜର ନୂତନ ଭାବେ ନିର୍ମିତ କେନ୍ଦ୍ରୀୟ ସଭାଗୃହକୁ ଉଦଘାଟନ କରି ଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ସଭାରେ ସମାଜର ସଭାପତି ମଙ୍ଗୁଳୁ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଦୀନବନ୍ଧୁ ସାହୁ, ସମ୍ପାଦକ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ରାଜଶ୍ରୀ ବଳାସୀ ସମାଜର ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତା ଓ ସମାଜ ଭାଇମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here