ଯୁବକଙ୍କୁ ଆକ୍ରମଣ କରି ତିନି ଯୁବକ ଗିରଫ

0
365

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମ ବନ୍ଧସାହିର ବଳରାମ ପ୍ରଧାନ(୨୬)ଙ୍କୁ ଆକ୍ରମଣ କରି ଶଙ୍କୁରୁ ଗ୍ରାମର ଦୁଇ ଜଣ ଓ ମାଣିତରା ଗ୍ରାମର ଜଣେ ଏହିପରି ୩ ଜଣ ଯୁବକ ନଭେମ୍ବର ୩ ତାରିଖରେ ଗିରଫ ହୋଇଛନ୍ତି। ଏତଲା ପ୍ରକାରେ ନଭେମ୍ବର ୦୧ ତାରିଖ ଦିନ ମାଣିତରା ଶୁଣ୍ଢିସାହି ଛକରେ ବଳରାମ ଙ୍କୁ ଶଙ୍କୁରୁ ଗ୍ରାମର ଅଳିଅ ପ୍ରଧାନଙ୍କ ଦୁଇ ପୁଅ ଶିବୁନ ପ୍ରଧାନ(୨୨)ଓ ମିଥୁନ ପ୍ରଧାନ (୧୯) ଏବଂ ମାଣିତରା ଗ୍ରାମର ମିଥୁନ ପୋଲାଇ(୨୦) ତିନି ଜଣ ମିଶି ଆକ୍ରମଣ କରିଥିଲେ। ବଳରାମଙ୍କୁ ପଥରରେ ଛେଚି ରକ୍ତାକ୍ତ କରିବା ସହ ମୁଥ ମାରି ଆଘାତ କରିଥିଲେ। ଏନେଇ ବଳରାମ ପ୍ରଧାନଙ୍କ ଅଭିଯୋଗ କ୍ରମେ ବୁଗୁଡା ଥାନା କେଶ ନଂ ୩୨୩/୨୦ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ମଙ୍ଗଳବାର ଦିନ ଶିବୁନ ପ୍ରଧାନ, ମିଥୁନ ପ୍ରଧାମ ଓ ମିଥୁନ ପୋଲାଇ କୁ ବୁଗୁଡା ଥାନା ପୋଲିସ ବାହିନୀ ସହାୟତାରେ ସହକାରୀ ଆରକ୍ଷୀ ନିରୀକ୍ଷକ ଯୁଧିଷ୍ଠିର ମହାଙ୍କୁଡ଼ ଗିରଫ କରିଥିବା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here