କଲ୍ୟାଣପୁର ଗାଁ ରେ କମେଡିଆନ ବ୍ରଜ ଙ୍କୁ ଦେଖିବାକୁ ଭିଡ

0
455

ଭଞ୍ଜନଗର/ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ) ଜଗନ୍ନାଥପ୍ରସାଦ ବ୍ଳକ କଲ୍ୟାଣପୁର ଗାଁ ରେ ମଙ୍ଗଳବାର ହଠାତ ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟାଭିନେତା ବ୍ରଜ ସିଂ ପହଞ୍ଚି ଥିଲେ । କାରଣ ବୁଝିବାରୁ ଜଣାପଡିଥିଲା ଯେ ଏହି ଗ୍ରାମର ମଣ୍ଟୁ ନାମକ ଜଣେ ଯୁବକ ଟିକଟକରେ ବିଭିନ୍ନ ସୁନ୍ଦର ଅଭିନୟ କରୁଥିବା ଦେଖିବା ପରେ ଭଞ୍ଜନଗର ନିକଟରେ “ମାସ୍କନାହିଁତ ଯାତ୍ରା ନାହିଁ ” ଏକ କ୍ଷୁଦ୍ର ଚଳଚ୍ଚିତ୍ର ର ରିଲିଜ ପାଇଁ ଆସିଥିବା ବେଳେ କଲ୍ୟାଣପୁର ଆସି ମଣ୍ଟୁ କୁ ଭେଟିଛନ୍ତି । ତେବେ ଟେଲିଭିଜନ ରେ ଦର୍ଶକଙ୍କୁ ହସାଉଥିବା ବ୍ରଜ ଙ୍କୁ ନିକଟରେ ପାଇ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଖୁସି ର ମାହୁଲ ଦେଖିବାକୁ ମିଳିଥିଲା । ସମସ୍ତ ନିଜନିଜ ମୋବାଇଲରେ ସେଲଫି ନେବାପାଇଁ ଏକ ପ୍ରକାର ପ୍ରତିଯୋଗିତା ଭଳି ଦେଖିବାକୁ ମିଳିଥିଲା । ମାତ୍ର କିଛି ସମୟ ପରେ ସେ ଭଞ୍ଜନଗର ଫେରିଥିଲେ । ଆଜି ପଳାସପଲ୍ଲୀରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାର ଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here