ବ୍ରହ୍ମପୁର ଡିଭିଜନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

0
292

ବ୍ରହ୍ମପୁର(ପ୍ରଣୟ ପଣ୍ଡା)ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୦ ପାଳନର ଅନ୍ତିମ ଦିବସ ନଭେମ୍ବର ୦୨ ତାରିଖରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଖଣ୍ଡ ଦୁର୍ନୀତି ନିବାରଣ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଅତିରିକ୍ତ ଦୁର୍ନୀତି ନିବାରଣ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ କୁମାର ପାଢୀ, ଛତ୍ରପୁର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ସୁମିତା ମିଶ୍ର, ଏବଂ ଦୁର୍ନୀତି ନିବାରଣ ଉପ ଆରକ୍ଷୀ ଅଧିକ୍ଷକ ଦ୍ବୟ ହେନେରୀ କୁଲୁ ଓ ଅରୁଣ କୁମାର ନାୟକ ଯୋଗଦେଇଥିଲେ। ୨୦୨୦ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଗତ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ “ସତର୍କ ଭାରତ – ସଂମୃଦ୍ଧ ଭାରତ” ଅହ୍ଵାନ ଦିଆଯାଇଥିଲା। କୋଭିଡ଼ କଟକଣା ଯୋଗୁଁ ଏହି ବର୍ଷ ଜନସାଧାରଣଙ୍କୁ ନେଇ କୌଣସି ସମାବେଶ ଓ କାର୍ଯ୍ୟକ୍ରମ ଆୟୋଜିତ ହୋଇନଥିଲା। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କେବଳ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସେମାନଙ୍କ ସନ୍ତାନଙ୍କୁ ନେଇ “vigilant India – Prosperous India” ବା “ସତର୍କ ଭାରତ – ସମୃଦ୍ଧ ଭାରତ” ବିଷୟ ବସ୍ତୁକୁ ନେଇ ଅକ୍ଟୋବର ୨୯ ତାରିଖରେ ଏକ ବକୃତା ପ୍ରତିଯୋଗିତା ଅନ ଲାଇନ ଓ ଅଫ ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀ ଓଡ଼ିଆ କିମ୍ବା ଇଂରାଜୀ ଭାଷା ଯେକୋଣସି ଗୋଟିଏ ଭାଷାରେ ବକୃତା ପ୍ରତିଯୋଗୀତାରେ ଭାଗ ନେବାକୁ ଠିକ ହୋଇଥିଲା।ଏହି ପ୍ରତିଯୋଗୀତରେ କୃତକାର୍ଯ୍ୟ ହୋଇଥିବା ବରିଷ୍ଠ ବିଭାଗର ଛାତ୍ର ଛାତ୍ରୀ ଯୁଗ୍ମ ପ୍ରଥମ ସ୍ଥାନ ପଲ୍ଲବୀ ସିହ୍ନା ପଣ୍ଡା ଓ ପ୍ରିୟଙ୍କା ମିଶ୍ର, ଦିତୀୟ ସ୍ଥାନ ତଲ୍ଲୀନ ହୋତା ଏବଂ ତୃତୀୟ ସମୀରନ ଶତପଥୀ / କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ହିପସିବା ନାୟକ, ଯୁଗ୍ମ ଦ୍ଵିତୀୟ ସ୍ଥାନ ଆଦ୍ୟାଶା ଶୁଭଂଶୁ ପଣ୍ଡା ଓ ଅଶ୍ବିତା ପଣ୍ଡିତ ଏବଂ ତୃତୀୟ ସ୍ଥାନ ଜି ଅନ୍ୱେଷା ଦୋରା / କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଶ୍ରୀ କୁଳମଣି ମଲ୍ଲିକ, ଦ୍ୱିତୀୟ ଶ୍ରୀମତୀ ବ.କେ. ଦୋରା ଏବଂ ତୃତୀୟ ଶ୍ରୀ ପି.କେ. ଶତପଥୀ ପ୍ରମୁଖଙ୍କୁ ଆଜିର ଉଦଯାପନୀ ଦିବସରେ ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ କାର୍ଯ୍ୟାଳୟର ସମିଳନୀ କକ୍ଷରେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ସେହିପରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀମତୀ କ୍ରିଷ୍ଣା କୁମାରୀ ପ୍ରଧାନଙ୍କୁ ବେଷ୍ଟ ଇନ୍ସପେକ୍ଟର ଓ ସ୍ବର୍ଗତ ଶ୍ରୀ ସୁରେଶ ମହାପାତ୍ର ଙ୍କୁ ବେଷ୍ଟ ପିପି ଭାବେ ଏବଂ ବ୍ରହ୍ମପୁର ଡିଭିଜନ ପକ୍ଷରୁ ଶ୍ରୀ ଫୁକସତୀ ଛତ୍ରିଆ ଙ୍କୁ ବେଷ୍ଟ ଇନ୍ସପେକ୍ଟର ଭାବେ ମନୋନୀତ କରାଯାଇଛି। କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here