ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ

0
442

ହିଂଜିଲିକାଟୁ(ହିମାଂଶୁ ବେହେରା) ସହର ଏକ ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଗତ ୦୪/ଏପ୍ରିଲ/୨୦୧୮ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ ୨ବର୍ଷ ପରେ ଏହାର କାମ ସମ୍ପୂର୍ଣ ହୋଇ ସୋମବାର ଏହାକୁ ଉଦଘାଟନ କରାଯାଇଛିl ଭିଡଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେl ଭିତ୍ତପ୍ରସ୍ତର ସ୍ଥାପନ ସମୟରେ ଏହାର ଅଟକଳ ମୂଲ୍ୟ ୦୮.୧୦ଲକ୍ଷ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ବର୍ଦ୍ଧିତ କରାଯାଇ ପ୍ରାୟ ୧୧କୋଟି ଟଙ୍କା ମଞ୍ଜୁର କରଯାଇଥିଲାl ଏହି ଇଣ୍ଡୋର ଷ୍ଟାଡିୟମରେ ବେଟମିଣ୍ଟନ, ଅତ୍ୟାଧୁନିକ ଉପକରଣ ସମ୍ପର୍ଣ୍ଣ ଜିମ, ଟେବୁଲ ଟେନିସ, କ୍ୟାରମ ଓ ଚେସ ଭଳି ବିଭିନ୍ନ ଇଣ୍ଡୋର ଖେଳ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଦିତ୍ୟ ବିର୍ଲା ଗ୍ରୁପର ଅଧକ୍ଷ କୁମାର ମଙ୍ଗଳମ ବିର୍ଲା, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୂର୍ବତନ ସାଂସଦ ତଥା ବିଶିଷ୍ଟ ସୁଟର କଳିକେଶ ନାରୟଣ ସିଂଦେଓ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ଲକ ଅଧକ୍ଷ ଏନ. ରଘୁନାଥ, ପୂର୍ବତନ ନଗରପାଳ ଗୌରୀ ପାଣିଗ୍ରାହୀ, ଶେରଗଡ଼ ବ୍ଲକ ଅଧକ୍ଷା ସାରସ ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ହରିହର ସାହୁ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡି ସଭାପତି ଭୀମସେନ ବେହେରା, ସୁବାଷ ପୋଲାଇ, ବିଜେପି ନେତା ଦେବାନନ୍ଦ ମହାପାତ୍ର, କିରଣ ପଟ୍ଟନାୟକ, ନୀଳମଣି ପଟ୍ଟନାୟକ, ତହସିଲଦାର ଡ଼ଃ. ପ୍ରଭାତ ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ.ମନୋରଞ୍ଜନ ସାହୁ , ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here