ଆମ୍ବୁଲାନ୍ସ ସେବାର ଅବ୍ଯବସ୍ଥା ଯୋଗୁଁ ନୀରିହ ପଶୁର ଜୀବନ ଗଲା

0
269

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗୋଷାଣୀନୂଆଗାଁ ଓଭର ବ୍ରିଜ ନିକଟରେ ସୋମବାର ସକାଳ ପ୍ରାୟ ୮ଘଣ୍ଟା ସମୟରେ ଏକ ବଳଦ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ପରିଲକ୍ଷିତ ହୋଇଥିଲା । ବଳଦଟିର ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଜଣାପଡିବା ପରେ ଗୋପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଖବର ପାଇ ପଶୁ ଚିକିତ୍ସାଳୟ ଡକ୍ଟର ସୌମିକ ସ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଅଫିସରେ ପହଞ୍ଚି ନଥିବା କାରଣରୁ ବିଳମ୍ବ ହେବା ବୋଲି କହିଥିଲେ ଡକ୍ଟର । ଏହାକୁ ନେଇ ସିଡିଭିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପଶୁ ଚିକିତ୍ସାଳୟର ଡକ୍ଟର ଓ କର୍ମଚାରୀ ଆମ୍ବୁଲାନ୍ସ ଯୋଗେ ବହୁ ବିଳମ୍ବରେ ଘଟଣା ସ୍ଥଳେ ପହଞ୍ଚି ଉକ୍ତ ବଳଦଟିର ଚିକିତ୍ସା କରିଥିଲେ । ବଳଦଟିର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିବାରୁ ଉକ୍ତ ବଳଦଟିକୁ ଉତ୍ତମ ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ କୁହାଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ କରାଯାଇନଥିଲା । ଫଳରେ ବଳଦଟିର ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି । ଏହାକୁ ନେଇଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥିତି ସଭାବିକ ହେବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଲୋକଙ୍କ ଅଭିଯୋଗ ହେଉଛି ଯେ ଆମ୍ଭୁଲେନସ ସେବାର ଅବହେଳା ହେତୁ ଗତ ୧୫ଦିନ ମଧ୍ୟରେ ଏପରି ଅନେକ ନିରୀହ ନିଷ୍ପାପ ପଶୁଙ୍କ ଜୀବନ ଅକାରଣରେ ଚାଲିଯାଇଥିବା ଦେଖିବାକୁ ମିଳୁଛି। ନିୟମ ଅନୁସାରେ ଏହି ଆମ୍ଭୁଲେନସ ସେବା ବ୍ରହ୍ମପୁର ମହାନଗର ସମେତ ଜାତୀୟ ରାଜପଥ ଗୋଳନ୍ତରା ମଧ୍ୟରେ ସିମିତ ଓ ସକାଳ ୮ଘଣ୍ଟା ଠାରୁ ସଂଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଉପଲବଧ । କିନ୍ତୁ ଶୁଣିବାକୁ ମିଳୁଛି ଯେ ଏହି ସେଵା ପାଇଁ ମାତ୍ର ଜଣେ ଡ୍ରାଇଭର ଥିବାରୁ ଏବଂ ସେ ଠିକଣା ସମୟରେ ନ ପହଞ୍ଚିବା କାରଣରୁ ଏପରି ଅବ୍ଯବସ୍ଥା ବାରମ୍ବାର ଘଟୁଛି। ଏହାରି ଉପରେ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆଉ ଗୋଟିଏ ଆମ୍ବୁଲାନ୍ସ ସହ କିଛି କର୍ମଚାରୀଙ୍କୁ ନିଯୁକ୍ତି କରିବା ପାଇଁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here