ଡାବୁଗାଁରେ ଜିଲା କଂଗ୍ରେସ ତରଫରୁ କ୍ରାନ୍ତି ଦିବସ ପାଳିତ

0
455

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନବରଙ୍ଗପୁର ଜିଲା କଂଗ୍ରେସ ତରଫରୁ କ୍ରାନ୍ତି ଦିବସ ପାଳନ ଓ ସାଧାରଣ ସଭା ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଆଜି ଜିଲା କଂଗ୍ରେସ ର ପୁନର୍ଗଠନ କରାଯାଇଛି । ଏଥିରେ ନୂତନ ଭାବେ ଜିଲ୍ଲା କଂଗ୍ରେସ ର ବିଭିନ୍ନ ପଦ ପଦବୀରେ ପ୍ରାୟ ୪୦୦ଜଣ ସଦସ୍ୟ, ପଦାଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି | ଏଥିରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ,ଭୁଜବଳ ମାଝୀ ଉପସ୍ଥିତ ଥିଲେ । ବିଶ୍ୱ ଆଦିବାସୀ ଦିବସ ଓ ଅଗଷ୍ଟ ୯ କ୍ରାନ୍ତି ଦିବସ ରୁ ଅର୍ଥାତ୍ ଆଜିଠାରୁ ଆସନ୍ତା ପଞ୍ଚାୟତ ଏବଂ ପୌରାଞ୍ଚଳ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେଲା ବୋଲି ଜିଲା ସଭାପତି ଶ୍ରୀ ତ୍ରୀପାଠୀ କହିବାସହ ତୃତୀୟ ଥର ପାଇଁ ସେ ସଭାପତି ଆସନରେ ବସିଥିବାରୁ ଦଳୀୟ ସମସ୍ତ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲାରେ ସାର ବିକ୍ରୀ ରେ ଘୋର ଅଭାବ ହେତୁ ଆସନ୍ତା ୧୨ ତାରିଖ ଗୁରୁବାର ଦିନ ଜିଲାର ସମସ୍ତ ୧୦ ଗୋଟି ବ୍ଲକ୍, ତହସିଲ ଓ ଦୁଇଗୋଟି ପୌରପରିଷଦ ମଧ୍ୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରଯାଇଥିଲା | କୋଭିଡ ୨୧ ପ୍ରଥମାର୍ଦ୍ଧରେ ଓ ଦ୍ଵିତୀୟ ଚରଣରେ ଜିଲା କଂଗ୍ରେସ ଜିଲାର ଲୋକାଭିମୁଖି ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି ଏବଂ ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ରେ ରାଜରାସ୍ତାକୁ ଓହ୍ଲାଇଛନ୍ତି | ତାର ସମସ୍ତ ଏକ ବିବରଣୀ ଜିଲା ସଭାପତି ଶ୍ରୀ ତ୍ରୀପାଠୀ ପାଠ କରିଛନ୍ତି । ଡ଼ାବୁଗାଁ ବ୍ଲକ୍ ସଭାପତି ଶ୍ରୀ ସାଇ ରାଜୁ ସ୍ଵାଗତ ଭାଷଣ ଦେଇଥିଲେ। ପରେ ପ୍ରଦୀପ ମାଝୀ ନିଜ ମତ ଦେଇ କହିଲେ କ୍ଷମତା ଅପେକ୍ଷା ସାଧାରଣ ଲୋକଙ୍କ ଦାବି ପାଇଁ ଆନ୍ଦଳନ କରିବା ଏକ ଶ୍ରେୟ ମୁକ୍ତ ରାଜନୀତି ବୋଲି ବର୍ଣ୍ଣନା କରିଥିଲେ।ଶ୍ରୀ ଭୁଜବଳ ମାଝି, ଆଦିବାସୀ ଓ ଦଳିତଙ୍କ ଉପରେ ସରକାରଙ୍କ ବୈମାତୃକ ମନୋଭାବ କୁ ନେଇ ବର୍ଣ୍ଣନା କରିଥିଲେ । ଶ୍ରୀ ସଦନ ନାୟକ କଂଗ୍ରେସ ର ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ଶ୍ରୀ ସରୋଜ ପାତ୍ର, ଯୁବନେତା ଦ୍ଵାରିକା ମହାପାତ୍ର ଆଲୋଚନା ରେ ଭାଗ ନେଇଥିଲେ । ଆଜି ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ପ୍ରଦୀପ ମାଝୀ ଯୁବ କଂଗ୍ରେସ ର ଦଳୀୟ ପତାକା ଉତ୍ତୋଲନ କରିଥିଲେ । ଆଜିର ନୂତନ କଂଗ୍ରେସ କମିଟି ଘୋଷଣାରେ ଉପ ସଭାପତି ଭାବେ ଶ୍ରୀ ସୁବାସ ଚନ୍ଦ୍ର ସୁର , ଶ୍ରୀକାନ୍ତ ମିଶ୍ର, ନରସିଂହଗୌଡ଼, ଶ୍ରୀ ପଦ୍ମନାଭ ପାଣ୍ଡେ , ଶ୍ରୀ ମେଘନାଦ ବିଶୋଇ , ଶ୍ରୀ ତପନ ଦେବନାଥ , ଶ୍ରୀ ଧରମ ସିଂ ,ଦିଲ୍ଲିପ ବେହେରା ଓ ଉଳଧର ମାଝୀ ସ୍ଥାନ ପାଇଥିଲା ବେଳେ ସାଧାରଣ ସମ୍ପାଦକ ଭାବେ ଶ୍ରୀ ଶିବ ପ୍ରସାଦ ଅଗ୍ରୱାଲ, ଶ୍ରୀ ପ୍ରଦୀପ ସାହୁ ସହ କାର୍ଯ୍ୟଳୟ ଅତିରିକ୍ତ ଦାଇତ୍ୱ ମହେଶ୍ୱର ଭତରା ,ଶ୍ୟାମ ସୁନ୍ଦର ପଟ୍ଟନାୟକ , ଅବଦୁଲ୍ ଫିରୋଜ ସହ ଛାତ୍ର କଂଗ୍ରେସ ଓ ସେବାଦଳ ଅତିରିକ୍ତ ଦାଇତ୍ୟ ,ସିମାଞ୍ଚଳ ପାଢ଼ୀ ବାଲାଜୀ ମିଶ୍ର ,ତାଜ ଇମ୍ରାନ ସାରିଫ ସହ ଅତିରିକ୍ତ ଯୁବ କଂଗ୍ରେସ ଦାଇତ୍ୱ,ସୁଶ୍ରୀ ଉଷୁନା ବାନ,ସାଇ ନାରାୟଣ ପାଢ଼ୀ,ଶ୍ରୀ ଜଦଦିଶ ସାନ୍ତ୍ରା ଓ ୧୧. ଶ୍ରୀ ସଞ୍ଜୟ ନାୟକ। ଠିକ୍ ସେହିପରି ସମ୍ପାଦକ ଭାବେ ପ୍ରଦୀପ ବାଲା,ସନ୍ତୋଷ ପଟ୍ଟନାୟକ , ପ୍ରେମ ରାଜ୍ ମାଝୀ , ଶ୍ରୀମତୀ ତୁଳସା ଭତରା ,ଶ୍ରୀ ବାବି ଜେନା .ସୁନିଲ ସିଂ .ଅନିଲ ଜୈନ ସ୍ଥାନ ପାଇଛନ୍ତି।ଠିକ୍ ସେହିପରି ଜିଲା ମହିଳା କଂଗ୍ରେସ ସଭା ନେତ୍ରୀ ଭାବେ ଶ୍ରୀମତୀ ପି ନାଗ ରତ୍ନାମା, ଜିଲା ଯୁବ କଂଗ୍ରେସ ସଭାପତି ଭାବେ ଶ୍ରୀ ଅଖିଳ ଭାତ୍ରା,ଜିଲା ଛାତ୍ର କଂଗ୍ରେସ ସଭାପତି ଭାବେ ଶ୍ରୀ ପ୍ରଫୁଲ୍ଲ ପଣ୍ଡା, ଜିଲା ଦଳିତ ସେଲ ସଭାପତି ଭାବେ ଶ୍ରୀ ଗୋଜେନ୍ଦ୍ର ନାୟକ,ଜିଲା ଆଦିବାସୀ କଂଗ୍ରେସ ଭାବେ ଶ୍ରୀ ଦିଲ୍ଲିପ ପ୍ରଧାନି, ଜିଲା ଆଇନ ସେଲ ସଭାପତି ଭାବେ ଶ୍ରୀ ରାମ ପ୍ରସାଦ ପାତ୍ର, ପ୍ରଫେସନାଲ କଂଗ୍ରେସ ସଭାପତି ଭାବେ ସୁଶ୍ରୀ ପ୍ରଣତୀ ତ୍ରିପାଠୀ,ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ୍ ଜିଲା ସଭାପତି ଭାବେ ଶ୍ରୀ ବାବୁଲି ବାଘ,ସଂଖ୍ୟା ଲଘୁ ସେଲ ସଭାପତି ଭାବେ ଶ୍ରୀ ଉସ୍ମାନ ଲାଠୀୟା, ଓ ଶ୍ରୀ ରମେଶ ପାତ୍ର ବାଘ୍ ଓ ଓବିସି ସେଲ ସଭାପତି ଭାବେ ଶ୍ରୀ ସଂଜୀବ ବିଶୋଇ, ସୋସିଆଲ ମିଡ଼ିଆ ଶ୍ରୀ ସୁମିତ ପୂଜାରୀ,ପବିତ୍ର ମାଟିଆ ଓ ଆଦିତ୍ୟ ଦାସ।ରହିଥିବା ବେଳେ ଜିଲ୍ଲା ଶୃଙ୍ଖଳା ଗତ କମିଟି ସଭାପତି ଭାବେ ଶ୍ରୀ ଗୋପାଳ ପଟ୍ଟନାୟକ। ଜିଲ୍ଲା କୃଷକ ସେଲ ସଭାପତି ଶ୍ରୀ ଭୀମ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି ସେହିଭଳି ଦଶ ଗୋଟି ବ୍ଲକ୍ ଓ ଦୁଇଗୋଟି ପୌର ପରିଷଦ ସଭାପତି ଚୟନ ପ୍ରକ୍ରିୟା ରେ ୧. ନବରଙ୍ଗପୁର ବ୍ଲକ୍ ରେ ଶ୍ରୀ ଭୀମ ହରିଜନ, ନବରଙ୍ଗପୁର ନଗର ସଭାପତି ପାଇଁ ଶ୍ରୀ ଉତ୍ତମ ତ୍ରିପାଠୀ, ନନ୍ଦା ହାଣ୍ଡି ବ୍ଲକ ସଭାପତି ପାଇଁ ଶ୍ରୀ ବୃନ୍ଦାବନ ତ୍ରିପାଠୀ, ତେନ୍ତୁଳଖୁଣ୍ଟି ବ୍ଲକ ପାଇଁ ଶ୍ରୀ ପ୍ରହଲ୍ଲାଦ ହିୟାଲ, ପାପଡ଼ା ହାଣ୍ଡି ବ୍ଲକ୍ ପାଇଁ ଶ୍ରୀ ଶ୍ରୀକାନ୍ତ ମିଶ୍ର,କୋଷାଗୁମଣ୍ଡା ବ୍ଲକ ପାଇଁ କୁନି ମିଶ୍ର, ଡ଼ାବୁଗାମ ବ୍ଲକ ନିମନ୍ତେ ଶ୍ରୀ ଜୀ ସାଇ ରାଜୁ,ଉମରକୋଟ ବ୍ଲକ୍ ପାଇଁ ଶ୍ରୀ କୃଷ୍ଣ ମାଝୀ,ଉମରକୋଟ ନଗର ପାଇଁ ଶ୍ରୀ ମାର୍କଣ୍ଡ ସାହୁ,ଝରିଗାଁ ବ୍ଲକ୍ ପାଇଁ ଶ୍ରୀ ତମ୍ବୁଦାସ ପାନକା,ଚନ୍ଦା ହାଣ୍ଡି ବ୍ଲକ୍ ପାଇଁ ଶ୍ରୀ ଡମ୍ବରୁ ହିରନ୍,ରାଇଘର ବ୍ଲକ ପାଇଁ ଶ୍ରୀ ଶୁବଲନ ସାନ୍ତା ଏବଂ ସେମାନଙ୍କ କମିଟି ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ୨୦ ଜଣ ଲେଖାୟେ କର୍ମ କର୍ତ୍ତା ନିଯୁକ୍ତି ଚୟନ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଶ୍ରୀ ଭଗବାନ ମାଝୀ,ପିସିସି ସଭ୍ୟ ଶ୍ରୀ ଗୋକୁଳ ପଟ୍ଟନାୟକ,ଶ୍ରୀ ଗୁପ୍ତ ବିଶୋଇ,ଶ୍ରୀ ଦୁର୍ଲଭ ଗୌଡ଼,ଶ୍ରୀ ଆକବର ହୁସେନ,ଶ୍ରୀ ଈଶ୍ୱର ମିର୍ଗାନ୍,ଶ୍ରୀ ଭୀମ ପାଣିଗ୍ରାହୀ,ଶ୍ରୀ ରୁନା ଦାସ,ପ୍ରକାଶ ପଣ୍ଡା,ଶ୍ରୀ ପଦମ୍ ସାଇ ମାଳି,ଶ୍ରୀ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯୁଗଧର ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମାଳତୀ ମାଝୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବଂଶୀଧର ମାଝୀ, ବରିଷ୍ଠ ନେତା ଶ୍ରୀ ସତ୍ୟନାରାୟଣ ତ୍ରୀପାଠୀ, ଶ୍ରୀ ବାସୁଦେବ ପଟ୍ଟନାୟକ ପ୍ରମୁଖ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here