କୋଭିଡ ପାଇଁ ବନ୍ଦ ଥିବା ଆହାର କେନ୍ଦ୍ର ଖୋଲିଲା

0
282

ଆସ୍କା(ଜଗନ ପଣ୍ଡା)କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ଥିବା ଆହାର କେନ୍ଦ୍ରକୁ ଆଜି ଆସ୍କା ଏନ ଏ ସି ପକ୍ଷରୁ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ କଁହର ଙ୍କ ତତ୍ୱାବଧାନରେ ଆହାର କେନ୍ଦ୍ରର ନୋଡାଲ ଅଫିସର ସୁମନ୍ତ କୁମାର ସେନାପତି ଓ ସି.ଓ ମାନସୀ ରାଣୀ ସାହୁ ଙ୍କ ଉପସ୍ଥିତିରେ ଗରିବ ମାନଙ୍କୁ 5ଟଙ୍କିଆ ଖାଦ୍ୟ ବିତରଣ କରାଯାଇଥିଲା | ଦୀର୍ଘ ଦିନ ପରେ ଆଜି ଆହାର କେନ୍ଦ୍ର ଖୋଲିବା ଯୋଗୁଁ ବହୁ ଗରିବ, ଖଟିଖିଆ ଶ୍ରେଣୀର ଲୋକେ ଖୁସି ବ୍ୟକ୍ତ କରିଥିଲେ | ସଜାଗ ରହି ଲୋକଙ୍କୁ ଖାଦ୍ୟ ବିତରଣ କରିବା ସହିତ ସମସ୍ତେ ଯେମିତି ଜିଲ୍ଲା ପ୍ରଶାସନ ର ନିୟମ ମାନିବେ ସେ ନେଇ ଶ୍ରୀ କଁହର ଉପସ୍ଥିତ କର୍ମଚାରୀ ଓ ଲୋକଙ୍କୁ ପରାମର୍ଶ ଦେଇଥିଲେ | ମାସ୍କ ଓ ସାନିଟାଇଜର ବ୍ୟବହାରକୁ ନେଇ ସମସ୍ତ ଅଧିକାରୀ ଲୋକଙ୍କୁ ସଚେତନ କରେଇଥିଲେ |

LEAVE A REPLY

Please enter your comment!
Please enter your name here