ଦୁର୍ନୀତି ନିବାରଣ ଖଣ୍ଡର ଏଏସଆଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
344

ବ୍ରହ୍ମପୁର(ନ୍ୟୁଜ ଏକ୍ସ ଟ୍ରା)ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡର ଏ.ଏସ.ଆଇ ଶ୍ରୀ ଗୋପାଳ କୃଷ୍ଣ ପାଢ଼ୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ଆଜି ଅବସରକାଳୀନ ଦିଆଯାଇଛି । ଏହି ଉତ୍ସବରେ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ପାଢ଼ୀ କାର୍ଯ୍ୟାଳୟରେ ଦୀର୍ଘ ୩୯ ବର୍ଷଧରି କାର୍ଯ୍ୟ ତୁଲାଇଛନ୍ତି । ସେ ଜଣେ ସତ୍ୟବାଦୀ, କାର୍ତ୍ତବ୍ୟନିଷ୍ଠ ତଥା ଅମାଇକ ଅଧିକାରୀ ଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ଯୋଗୁଁ କାର୍ଯ୍ୟାଳୟରେ ସେ ଉପରିସ୍ଥ ଅଧିକାରୀଙ୍କଠାରୁ ତଥା କାର୍ଯ୍ୟଳୟ ସମସ୍ତ କର୍ମଚାରୀଙ୍କ ଠାରେ ଶ୍ରଦ୍ଧା ଭାଜନ ହୋଇପାରିଥିଲେ । ଏହି ଅଵସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ଶାନ୍ତୁନ କୁମାର ପାଢୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭିଜିଲାନ୍ସ ବ୍ରହ୍ମପୁର,ଡଃ ସୁମିତା ମିଶ୍ର ପ୍ରିନ୍ସିପାଲ ମହିଳା ମହାବିଦ୍ୟାଳୟ ଛତ୍ରପୁର,ଶ୍ରୀ ହେନେରୀ କୁଲୁ ଡ଼ିଏସପି ଭିଜିଲାନ୍ସ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହି ଶ୍ରୀ ପାଢ଼ୀଙ୍କର ଭବିଷ୍ୟତ ଜୀବନର ଉଜ୍ଜ୍ୱଳ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here