ପଦାରେ ପଡ଼ିଲା ଜମି ଜାଲିଆତି ସ୍କାମ

0
437

ଆସ୍କା(ଜଗନ ପଣ୍ଡା)ପଦାରେ ପଡ଼ିଲା ଜମି ଜାଲିଆତି ସ୍କାମ।ଓ ଏଲ ଆର ଆକ୍ଟ ଅନୁଯାୟୀ ଅଧୁସିତ ଜାତି ଠାରୁ ସାଧାରଣ ବର୍ଗ ଜମି କିଣାବିକା ଉପରେ ଅଙ୍କୁଶ ଥିବା ବେଳେ ସବ୍ କଲେକ୍ଟରଙ୍କ ଏକ ଜାଲ୍ ଅନୁମତି ପ୍ରମାଣପତ୍ର ଦେଖାଇ ଜମି କିଣାବିକା କରିବା ପାଇଁ ଯୋଜନା କରି ଜନସାଧାରଣଙ୍କୁ ଠକିବା ନିମନ୍ତେ ହୋଇଥିବା ଷଡଯନ୍ତ୍ରକୁ ଆସିକା ପୋଲିସ୍ ଧରିଥିବା ନେଇ ପ୍ରେସ ମିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ଆଇ ପି ଏସ୍ ଅଧିକାରୀ ଜି ରାଘେବେନ୍ଦ୍ର ।ଆସିକା କଲେଜଛକ ନିକଟରେ ଏକ ଈପ୍ସିତା ଫୋଟ ଷ୍ଟୁଡିଓର ମାଲିକ ଭଗବାନ ବିଶ୍ବାଳଙ୍କ ଦ୍ବାରା ସବ୍ କଲେକ୍ଟରଙ୍କର ଏକ ଜାଲ୍ ଅନୁମତି ପ୍ରମାଣପତ୍ର ତିଆରି କରି ଜମି କିଣାବିକା କରିବା ନେଇ ମଧ୍ୟସ୍ଥି ସାଜିଥିଲେ ଜଗନ୍ନାଥ ପ୍ରସାଦ ବ୍ଳକ୍ ଜିରାବାଡି ଗ୍ରାମର ସୁରେସ ଚନ୍ଦ୍ର ପ୍ରଧାନ।ଜମି ମାଲିକଙ୍କ ନାମ ବଞ୍ଛା ନାଇକ ହୋଇଥିବା ବେଳେ ପୁଅ କୃପା ନାଇକ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣା ପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଆସିକା ପୋଲିସ୍ ଆଜି କୋର୍ଟ ଫରୱାଡ କରିବା ବୋଲି ସୂଚନା ମିଳିଛି।ଈପ୍ସିତା ଫୋଟ ଷ୍ଟୁଡିଓର ହାଡ ଡିକ୍ସ ସମେତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ନୂତନ ଭାବେ ଯୋଗଦେଇଥିବା ଆଇ ପି ଏସ୍ ଅଧିକାରୀ ଜି ରାଘେବେନ୍ଦ୍ର ସମେତ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏହି ମାମଲାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here