ପାନ ଦୋକାନରୁ ୭୨ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ; ଯୁବକ ଗିରଫ

0
441

ସାନଖେମୁଣ୍ଡି – ପାଟପୁର ଥାନା ପୋଲିସ ବୁଧବାର ସକାଳୁ ସାନଖେମୁଣ୍ଡି ବ୍ଳକ ପୋଡାମାରୀ ପଞ୍ଚାୟତ ବତାଗଡ ଗ୍ରାମ ଏକ ପାନ ଦୋକାନରେ ଅତର୍କିତ ଚଢ଼ାଉ କରି ୭୨ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏଥିସହ ପୋଲିସ ଦୋକାନୀ ମାଲିକ ତଥା ପୋଡାମାରୀ ଭଞ୍ଜ ସାହିର ପାଣ୍ଡବ ପ୍ରଧାନ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଖବରପ୍ରକାରେ , ଯୁବକ ଜଣକ ବତାଗଡ ଗ୍ରାମରେ ଛୋଟିଆ ପାନ ଦୋକାନ ଖୋଲି ବେପାର କରୁଥିବା ବେଳେ ଦୀର୍ଘ ଦିନ ଧରି ସେ ବେଆଇନ ଭାବେ ଲୁଚାଛପା ଭାବେ ଗଞ୍ଜେଇ ବିକ୍ରି କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସକାଳୁ ଅତର୍କିତ ଚଢ଼ାଉ କରିଥିଲା । ତେବେ ଦୋକାନରୁ ଯାଞ୍ଚ ପରେ ଏକ ବସ୍ତାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଘଟଣାପରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥିରେ ୭୨ କେଜି ୮୦୦ ଗ୍ରାମ ଗଞ୍ଜେଇ ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ପାଟପୁର ଥାନା ମାମଲା ନଂ ୫୪୩/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here