ବନଦୁର୍ଗା ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର

0
565

ଭଞ୍ଜନଗର: ଗାଙ୍ଗପୁର ଥାନା ଅନ୍ତର୍ଗତ ବନଦୁର୍ଗା ଜଙ୍ଗଲ ରୁ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣକ ହେଲେ ଲୁଦୁଲୁଦି ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଙ୍କ ଝିଅ କୁନି ସ୍ୱାଇଁ (୩୫)। ସୋମବାର ସକାଳେ ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା କିଛି ଲୋକ ଏହା ଦେଖିବା ପରେ ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ ଦାସ ସୂଚନା ଦେଇଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here