ବରିଷ୍ଠ ନାଗରିକ ମଞ୍ଚ ବୈଠକ

0
484

ଭଞ୍ଜନଗର(ନିଲୁ ବିଷୋୟୀ) ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ନଭେମ୍ବର ମାସ ବୈଠକ ରବିବାର ନାୟକ ଭବନ ଠାରେ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମଞ୍ଚର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଅଧକ୍ଷତା କରିଥିଲେ।ସଭାପତି ଶ୍ରୀଯୁକ୍ତ ନାୟକ, ଉପଦେଷ୍ଟା ଡ.କମ୍ବୁପାଣି ସାମନ୍ତ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ ମଂଚାସୀନ ଥିଲେ।ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା ଙ୍କ ପ୍ରସ୍ତାବ କ୍ରମେ ଆସନ୍ତା ଆଠ ତାରିଖ ରବିବାର ଅପରାହ୍ନ ଚାରି ଘଣ୍ଟା ସମୟରେ କରୋନା ସଚେତନତା ପାଇଁ ସାମାଜିକ ଦୂରତା ରଖି ରାଲି ବାହାରିବ। ସମସ୍ତ ସଦସ୍ୟ ଏଥିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ସଚେତନତା ରାଲି ନାୟକ ଭବନ ଠାରୁ ବାହାରି ଖାଲାସି ସାହି, ମୁଖ୍ୟ ସଡ଼କ, ଜେଲ ରୋଡ, ପେଟ୍ରୋଲ ପମ୍ପ ଛକ ଦେଇ ଷ୍ଟେଟବ୍ୟାଙ୍କ ରୋଡ ହୋଇ ଫେରିବ।ଦ୍ୱିତୀୟ ନିର୍ଧାରଣ ରେ ଭଞ୍ଜନଗର ମୁଖ୍ୟ ଡାକ ଘରେ ପାସପୋର୍ଟ କାଉଣ୍ଟର ଖୋଲିବା ପାଇଁ ଦାବି କରାଯାଇଛି। ଇଂ. ପ୍ରଭାତ ଚନ୍ଦ୍ର ତାରାସିଆ, ବାଳକୃଷ୍ଣ ବେହେରା, ମାଗତା ଗୌଡ଼, ବ୍ରଜ ଗୋପାଳ ମହାରଣା, ବାଳ କୃଷ୍ଣ ପାଢ଼ୀ, ମଙ୍ଗୁଳୁ ସାହୁ, ସୁରେଶ ତ୍ରିପାଠୀ, ଏସ. କେ ହୁସେନ, ରବୀନ୍ଦ୍ର ପାଣିଗ୍ରାହୀ, ଶିବ ପ୍ରସାଦ ସୁବୁଦ୍ଧି, ଟି .ସୂର୍ଯ୍ୟ ନାରାୟଣ ପାତ୍ର, ଖଲି ସାହୁ, ରାମଚନ୍ଦ୍ର ଡାକୁଆ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ , ରଘୁନାଥ ପାତ୍ର, ରଘୁନାଥ ସାହୁ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ହରି କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here