ମାସ୍କୋ ଏବଂ କାର୍ପର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ

0
229

ବ୍ରହ୍ମପୁର: ଜଣେ ସୁନାମଧନ୍ୟ କଳାକାର ,ଶୁସାହିତ୍ୟିକ ,ନିର୍ଦେଶକ ଡ଼ଃ ରାମକୃଷ୍ଣ ସାହୁ ଙ୍କ ଆଜି ପବିତ୍ର ଜନ୍ମଦିନ ତଥା ବିଶ୍ୱ ପରିବେଶ ଦିବସ ଅବସରରେ ଡ଼ଃ ସାହୁ ଗଛ ଲଗାଇ ନିଜ ଜନ୍ମ ଦିନ ପାଳନ କରିଥିଲେ।ଗଛ ଲଗାଇ ଜନ ସମାଜକୁ ଏହି ବାର୍ତା ଦେଇଥିଲେଯେ ମହାମାରୀ କରୋନା ସମୟରେ ଅମ୍ଳଜାନ ର ଅଭାବ ଓ ପରିବେଶ ସନ୍ତୁଳନ କୁ ସୁରକ୍ଷା ତଥା ପରିବେଶର ସ୍ଵଛତା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ସଂକଳ୍ପବଧ କରିଥିଲେ । କରୋନା କୁ ଦୃଷ୍ଟିରେ ରଖି ଅଳ୍ପ କିଛି ସଦସ୍ୟ ଙ୍କୁ ନେଇ ଗୋଦରାପଲ୍ଲି ଠାରେ ମାସ୍କୋ ଓ କାର୍ପ ର ମିଳିତ ଅନୁକୂଲ୍ୟ ରେ ୨୫ ଗୋଟି ଚାରା ରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡ଼ଃ ରାମକୃଷ୍ଣ ସାହୁ ,ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ସାହୁ,ଦୟାନନ୍ଦ ସାହୁ, ଝିଲ୍ଲି କୁମାରୀ ସାହୁ, ପିଙ୍କୁ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here