ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ

0
353

ଭଞ୍ଜନଗର : ବହୁତ ଦିନର ଦାବି ପରେ ଆଜି କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଡାକଟିକଟ ପ୍ରଚଳନ କରାଯାଇଛି ା ଆସିକା ମଣ୍ଡଳ ର ଡାକ ସେବା ଅଧିକାରୀ ନିରଞ୍ଜନ ନାଥ ପଣ୍ଡା ,ବ୍ୟବସାୟିକ କାର୍ଯ୍ୟ ନିର୍ବାହୀ ଅଧକାରୀ ପ୍ରତାପ ଚନ୍ଦ୍ର ସ୍ୱାଇଁ, ରିଟାୟଡ ପୋଷ୍ଟ ମାଷ୍ଟର ସିମାଞ୍ଚଳ ପାତ୍ର ପ୍ରମୁଖ ତାଙ୍କ ଜନ୍ମସ୍ଥାନ ଭଞ୍ଜନଗର ନିକଟବର୍ତ୍ତୀ ବିଞ୍ଝଗିରି ଠାରେ ଡାକଟିକଟ ଉନ୍ମୋଚନ କରିଛନ୍ତି ା ଏହି ଅବସରରେ ଭଞ୍ଜନଗରର ଶିକ୍ଷାବିତ ତଥା ବାହାଡାପଦର ସ୍ଥିତ ଚକରା ବିଷୋୟୀ କଲଚୁରାଲ ଏକାଡେମୀର ସଭାପତି ଜଗବନ୍ଧୁ ଜେନାଙ୍କୁ ଚକରା ବିଷୋୟୀ ସମ୍ମାନରେ ସମ୍ମାନିତ କରାଯାଇଛି ା କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀତତ୍ତ୍ୱାବଧାରକ ଶୂଳପାଣୀ ଶତପଥୀ,ସ୍ବେଚ୍ଛାସେବୀ ପଞ୍ଚାନନ ପାଳ , ଲୋକ ନୃତ୍ୟ କଳାକାର ଜଗଦୀଶ ପାଣିଗ୍ରାହୀ,ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ବିଞ୍ଝଗିରି ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସା ଦେବୀ,ସି.ଆର୍.ସି.ସି ତ୍ରିନାଥ ବେହେରା,ଶିକ୍ଷକ ସାଜନ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ା ଅତିଥିମାନେ ଚକରାଙ୍କ ଭଞ୍ଜନଗର ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆସିକା ମଣ୍ଡଳ ତରଫରୁ ପ୍ରସ୍ତାବ ଯାଇ ଅନୁମୋଦନ ଲାଭ କରିଥିବା ଚକରାଙ୍କ ଫୋଟ ଓ ନାମ ଥିବା ଡାକ ଟିକଟ ତାଙ୍କ ଜନ୍ମସ୍ଥାନ ବିଞ୍ଝଗିରି ଠାରେ ଉନ୍ମୋଚନ କରାଯାଇଥିଲା ା ଡାକ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରୁ ସ୍ବାଗତ କରାଯିବା ସହ ଘୁମୁସରବାସୀ କୃତଜ୍ଞତା ଅର୍ପଣ କରିଛନ୍ତି ା

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here