ବ୍ରହ୍ମପୁରରେ ଆଇପିଏଲ ବ୍ୟାଟିଂ କିଙ୍ଗ ପିନ ଓ ସହଯୋଗୀ ଗିରଫ;୩୩,୬୧,୨୦୦/-ଟଙ୍କା ଜବତ

0
322

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଆଇପିଏଲ ବ୍ୟାଟିଂର କିଙ୍ଗ ପିନ ଓ ସହଯୋଗୀ କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୩ ଲକ୍ଷ ୬୧ ହଜାର ୨ ଶହ ଟଙ୍କା, ୪ ଟି ମୋବାଇଲ ଓ ୩ ଟି ଏଟିଏମ କାର୍ଡ଼ ଜବତ କରାଯାଇଛି। ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ସୁରେଶ ତ୍ରିପାଠୀ ଓ ଗୋସାଇଁ ନୂଆଗାଁ ଥାନା ଆରକ୍ଷୀ ନିରୀକ୍ଷକ ସୁମତି ସୋରେନ ଙ୍କ ସମେତ ପୋଲିସ ବାହିନୀ ଚଢ଼ାଉ କରି ଆଇପିଏଲ ବ୍ୟାଟିଂର ମାଷ୍ଟର ମାଇଣ୍ଡ ତଥା କିଙ୍ଗ ପିନ ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ତୃତୀୟ ଗଳିର ଆର ଲାଲି ଆଚାରୀ (୫୦) ଓ ସହଯୋଗୀ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ମେଇନ ରୋଡ଼ ସାଇ କପ୍ଲେସ୍କ ଚତୁର୍ଥ ମହଲାର କେ ପ୍ରଶାନ୍ତ କୁମାର ସୁବୁଦ୍ଧି (୪୩) ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୩,୬୧,୨୦୦/- ଟଙ୍କା, ୪ ଟି ମୋବାଇଲ ଓ ୩ ଟି ଏଟିଏମ କାର୍ଡ଼ ଜବତ କରିଛନ୍ତି। ଏଥି ପୂର୍ବରୁ ଆଇପିଏଲ ବ୍ୟାଟିଂ ରାକେଟର କେତେକ ବୁକି ଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅକ୍ଟୋବର ୨୯ ଓ ୩୦ ତାରିଖରେ ଚଢ଼ାଉ କରି ମୁଖ୍ୟ ଓ ସହଯୋଗୀ ଦୁଇଜଣଙ୍କୁ ଗିରିଫ କରିଥିବା ବେଳେ ଆଉ କେତକ ବୁକି ଗିରଫ ଭୟରେ ବାହାରକୁ ଚାଲି ଯାଇଥିବା ଜଣାପଡ଼ିଛି। ଏନେଇ ଗୋସାଇଁ ନୂଆଗାଁ ଥାନା କେଶ ନଂ ୧୪୧/୨୦ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ଅକ୍ଟୋବର ୩୦ ତାରିଖ ଦିନ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପିନାକୀ ମିଶ୍ର, ଆଇଆଇସି ସୁରେଶ ତ୍ରିପାଠୀ ଓ ସୁମତି ସୋରେନ ଙ୍କ ସମେତ ସମସ୍ତ ପୋଲିସଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ରାକେଟ କେବଳ ବ୍ରହ୍ମପୁରରେ ସୀମିତ ନରହି ଅନ୍ୟ ରାଜ୍ୟ ସମେତ କୋଲକତା, ମୁମ୍ବାଇ, ଦିଲ୍ଲୀ, ଭଳି ବଡ଼ ବଡ଼ ମେଟ୍ରୋ ସିଟି ଓ ଅନ୍ୟ ଦେଶ ଦୁବାଇ ର ଏଜେଣ୍ଟମାନଙ୍କ ସହ ସମ୍ପର୍କ ରହିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here