ବ୍ରହ୍ମପୁରରେ ଠାବ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା

0
305

ବ୍ରହ୍ମପୁର()ଆଜି ସକାଳୁ ଵ୍ରହ୍ମପୁର ଏସପିଙ୍କ ନିର୍ଦ୍ଧେଶ କ୍ରମେ ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କ ନେତୃତ୍ବରେ ବ୍ରହ୍ମପୁର ବଡ଼ବଜାର ପାଣ୍ଡବ ନଗରର ଏକ ଘର ଉପରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ନକଲି ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ ପେକେଟ ସହ କଞ୍ଚାମାଲ,କାଠ ଗୁଣ୍ଡ,ଖୁଦ,କଲର ମିସା ନକଲି ଜିନିଷ ଏବଂ ପେକିଂ ମେସିନ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ କାରଖାନା ମାଲିକ ଲିଙ୍ଗା ସାହୁ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଅଟକ ରଖି ପଚାର ଉଚାର ଜାରୀ ରହିଛି । ଏପରି ଚଢ଼ାଉକୁ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ଏବଂ ଥାନା ଅଧିକାରୀ ଶ୍ରୀ ସୁମୀତ ସୋରେନଙ୍କୁ ଜନସାଧାରଣ ବହୁତ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here