ଦୁଇଟି ଜୁଆ ଅଡ୍ଡା ଉପରେ ଚଢ଼ାଉ ;୧୨ ଜୁଆଡ଼ି ଗିରଫ

0
349

ଆସ୍କା(ଜଗନ ପଣ୍ଡା) କୁମାର ପୁର୍ଣିମା ଅବସରରେ ପ୍ରାୟ ବହୁ ଜାଗାରେ ଜୁଆ ଖେଳ ଜମୁଥିବାରୁ ଗାଙ୍ଗପୁର ପୋଲିସ ପକ୍ଷରୁ ଚଢ଼ାଉ ଜାରୀ ରହିଛି |ଆଜି ଦୁଇଟି ପୃଥକ ପୃଥକ ସ୍ଥାନରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୧୨ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ନଗଦ ଟଙ୍କା ଜବତ କରିଛି |କଇଥରା ବଡଦାଣ୍ଡ ସାହିର ଜୁଆ ଅଡ୍ଡା ରୁ ସାତ ଜଣ ଜୁଆଡ଼ି ଙ୍କୁ ଗିରଫ କରାଯାଇଥିଲା ବେଳେ ତାଙ୍କ ନିକଟରୁ 40ହଜାର 150 ଟଙ୍କା, 52ପତା ତାସ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୋଲିସ |ସେହିପରି ଲଣ୍ଡାଜୁଆଳି ଗ୍ରାମର ବଡଦାଣ୍ଡ ରେ ଚାଲିଥିବା ଜୁଆ ଆଡ୍ଡା ରୁ 5ଜଣ ଜୁଆଡ଼ି ଙ୍କୁ ଗିରଫ କରାଯିବା ସହିତ 10ହଜାର 570 ଟଙ୍କା ଓ ତାସ ଜବତ ହୋଇଥିବା ନେଇ ସୂଚନା ମିଳିଛି |ସୂଚନା ପ୍ରକାରେ କେଶ ନଂ 307/20 ଓ 308/20 ରେ ମାମଲା ରୁଜୁ କରି ଉଭୟ ଗ୍ରାମର ସମସ୍ତ ଜୁଆଡ଼ି ଙ୍କୁ ଗିରଫ କରାଯାଇଥିବା ନେଇ ଆଇ ଆଇ ସି ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here