ଦୁର୍ଗମ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମଦପୋଚ ନଷ୍ଟ , ୨ ଗିରଫ

0
292

ଗଞ୍ଜାମ:ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ନିର୍ଦ୍ଦେଶକ୍ରମେ ଗତକାଲି ଦିଗପହଣ୍ଡି ଥାନା ବଣିଆମରୀ ଓ ଲୁଚାପଡା ଗ୍ରାମ ନିକଟସ୍ଥ ଦୁର୍ଗମ ଜଙ୍ଗଲରେ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏହି ଚଢାଉ ସମୟରେ ଅବକାରୀ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୧୪୦୦ ଲିଟର ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦୯ ଲିଟର ହାତରନ୍ଧା ମହୁଲ ମଦ ଜବତ କରିପାରିଛି । ଗିରଫ ଯୁବକ ଦ୍ବୟ ହେଲେ ବଣିଆମରୀ ଗ୍ରାମର ବିପ୍ର ମଲ୍ଲିକ ଓ ପଦ୍ମନ ମଲ୍ଲିକ ବୋଲି ଜଣାପଡିଛି । ଖବରପ୍ରକାରେ , ଦୀର୍ଘ ଦିନ ଧରି ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମଦ ମାଫିଆମାନେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ପୋଲିସ ଖବରପାଇ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନେତୃତ୍ବ ଓ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ସ୍ୱାଗତିକା ରଥଙ୍କ ଉପସ୍ଥିତିରେ ବ୍ରହ୍ମପୁର , ଦିଗପହଣ୍ଡି , ଚିକିଟି ଅବକାରୀ ସମେତ ଦିଗପହଣ୍ଡି ପୋଲିସ ମିଳିତ ଭାବେ ଉକ୍ତ ଦୁଇଟି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣା ପରେ ୨ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ମାମଲା ନଂ ୨୬୫/୨୩ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ଅଭାବରୁ ଅଭିଯୁକ୍ତ ଦ୍ବୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here