ବିନା ଭକ୍ତରେ ପୂଜା ପାଉଛନ୍ତି ଗୌଞ୍ଜୁ ପୁଲୁକେଶୁଣି

0
280

ଵ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଵ୍ରହ୍ମପୁର ଉପକଣ୍ଠସ୍ତ ଗୌଞ୍ଜୁ ଗ୍ରାମ ରେ ବିନା ଭକ୍ତ ରେ ପୂଜା ପାଉଛନ୍ତି ଶ୍ରୀଶ୍ରୀ ମା ପୁଲୁକେଶୁଣି।ପ୍ରତ୍ୟେକ ବର୍ଷ ମା ଙ୍କ ଯାତ୍ରା ଉପଲକ୍ଷେ ଦୁଲୁକୁ ଥିଲା ଗାଁ ଦାଣ୍ଡ, ଲାଗୁଥିଲା ପସରା ଓ ଦର୍ଶକ ଙ୍କ ଭିଡ଼ ଜମୁଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ।ହେଲେ ଚଳିତ ବର୍ଷ କରୋନା ପାଇଁ ସବୁ ବନ୍ଦ।ପାଖା ପାଖି ୩ଶହ ବର୍ଷ ର ଏହି ପାରମ୍ପରିକ ଯାତ୍ରା ରେ ଲାଗିଛି ବିରାମ।କେବଳ ବିଧି ଅନୁସାରେ ୫ ଜଣ ଲୋକ ମା ଙ୍କ ମୁଖ୍ୟ ମନ୍ଦିର ରୁ ଅସ୍ଥାୟୀ ମନ୍ଦିର କୁ ଗ୍ରାମ ପରିକ୍ରମା କରି ମା ଙ୍କୁ ଆଣିଥିଲେ।ତେବେ ଗତ୨୨ତାରିଖ ଆରମ୍ଭ ହୋଇଥିବା ଏହି ଯାତ୍ରା ବିନା ଭକ୍ତ ରେ ଚାଲିଛି।ମା ଙ୍କ ଘଟ କୁ ଗୋପାଳ କୃଷ ପାଢ଼ୀ ଧାରଣ କରି ଆଣି ଥିବା ବେଳେ କୈଳାସ ପାଢ଼ୀ ସହାୟତା କରିଥିଲେ।ପ୍ରତିଦିନ ବିଭିର୍ଣ ନୀତିକାନ୍ତି ରେ ମା ପୂଜା ପାଉଥିବା କଥା କହିଛନ୍ତି ସେବାୟତ କୁରାବେହେରା।ଅନ୍ୟ ପକ୍ଷରେ ବିଧି ଦୃଷ୍ଟି ରୁ ମାତ୍ର୨ଜଣ ସେବାୟତ ମାଙ୍କ ଅସ୍ଥାୟୀ ମନ୍ଦିର ରେ ପୂଜା କରୁଛନ୍ତି ବୋଲି ସେବାୟତ ଲଳିତ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here