ବୁଗୁଡା ବନାଞ୍ଚଳରେ ଅଛନ୍ତି ସାତ ହାତୀ

0
252

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବନାଞ୍ଚଳରେ ମୋଟ ୭ ଗୋଟି ହାତୀ ଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ୭ ଟି ହାତୀ ମଧ୍ୟରୁ ମାଣିତରା ଓ ପଞ୍ଚଭୂତି ଫରେଷ୍ଟ ସେକସନର ସେନାପତି ପୀଠ, ନୂଆପଲ୍ଲୀ ଓ ସମଲାଇ ଅଞ୍ଚଳରେ ୬ ଟି ହାତୀ ଥିବାବେଳେ ଭାଗବାନପୁର ସେକସନ ଅଞ୍ଚଳରେ ଗୋଟିଏ ହାତୀ ଥିବା ଜଣାପଡିଛି। ଏହି ସାତଟି ହାତୀ ମଧ୍ୟରୁ ଦୁଇଟି ଦନ୍ତା ହାତୀ, ତିନୋଟି ମାଈ ହାତୀ ଓ ଦୁଇଟି ଛୁଆ ହାତୀ ଅଟନ୍ତି। ବନ ବିଭାଗର ପେଟ୍ରୋଲିଂ ଓ ସତର୍କତା ଅବଲମ୍ବନ ଯୋଗୁ ବର୍ତ୍ତମାନ ସୁଦ୍ଧା ହାତୀପଲ ଫସଲ ନଷ୍ଟ କରିପାରି ନାହାଁନ୍ତି। ୧୬ ଟି ହାତୀ ମଧ୍ୟରୁ ୯ ଟି ହାତୀ ପୁଣି ନୟାଗଡ଼ ଜିଲ୍ଲାକୁ ଫେରି ଯାଇଥିବା ବେଳେ ଆଉ ୭ ଟି ହାତୀ ବୁଗୁଡା ବନାଞ୍ଚଳରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here