ଦୁର୍ଦ୍ଦାନ୍ତ ଅପରାଧୀ ଚକା ପରିଡାକୁ କୋର୍ଟ ସମ୍ମୁଖରୁ ଉଠାଇଲା ପୋଲିସ।

0
960

ବ୍ରହ୍ମପୁର,୦୬/୦୮( ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା କୁଖ୍ୟାତ ଅପରାଧୀ ଚକା ନୟନ ପରିଡା ଓରଫ ଚକାକୁ ପୋଲିସ ଆଜି ଅପରାହ୍ନରେ ଉଠାଇ ନେଇଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। ଚକାର ଘର ଚମାଖଣ୍ଡୀ ଥାନା ଅନ୍ତର୍ଗତ ମାଟିଖାଲରେ। ହିଂଜିଳି ଥାନାରେ ଚକା ବିରୋଧରେ ୨୦୦୬ ମସିହାର ଦୁଇଟି ମାମଲା ଥିବା ବେଳେ ସେଥି ମଧ୍ୟରୁ ଗୋଟିକରେ ତା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ତେବେ ଚକା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଆଜି ହିଂଜିଳି ଜେ ଏମ୍ ଏଫ ସିଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା। କିନ୍ତୁ ପୂର୍ବରୁ କୋର୍ଟ ନିକଟରେ ଛକି ରହିଥିବା ଗଞ୍ଜାମ ଜିଲ୍ଲା ପୋଲିସ ଦ୍ୱାରା ତଥା ହିଂଜିଳି ପୋଲିସର ସହଯୋଗରେ ଚକାକୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ହିଂଜିଳି କୋର୍ଟ ନିକଟରୁ ଚକାକୁ ସାଧା ପୋଷାକରେ ପୋଲିସ ଉଠାଇ ନେବାବେଳେ ସ୍ଥାନୀୟ କିଛି ଲୋକଙ୍କୁ ଏହା ଅପହରଣର ଭ୍ରମ ସୃଷ୍ଟି କରିଥିଲା।

LEAVE A REPLY

Please enter your comment!
Please enter your name here