ଟାଉନ ଥାନା ପୋଲିସର ସଫଳତା ;ସିନ୍ଧିଚୋର ଦଳ ଠାବ ଓ ଦୁଇ ଅଭିଯୁକ୍ତ ଗିରଫ

0
731

ବ୍ରହ୍ମପୁର ୬ /୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ଟାଉନ ଥାନା ପୋଲିସ ଗୋଟିଏ ସିନ୍ଧି ଚୋର ଦଳର ଦୁଇ ଜଣଙ୍କୁ ଗିରଫ କରିବା ସହ ନଗଦ ୧୬,୫୦୦ ଟଙ୍କା ଜବତ କରିବାରେ ସଫଳ ହୋଇଛି |
ଟାଉନ ଥାନା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଓରାମଙ୍କ ସୂଚନା ଅନୁଯାୟୀ କିଛି ଦିନ ତଳେ ରାତିରେ ଏହି ଦଳର ତିନିଜଣ ଚୋର ମିଳିତଭାବେ ଏକ ସଉଦା ଦୋକାନର ତାଲା ଭାଙ୍ଗି ନଗଦ ୮୦,୦୦୦ ଟଙ୍କା ଲୁଟ କରିଥିଲେ | ଦୋକାନ ମାଲିକ ମିଳନ କୁମାର ସାହୁ ଏ ନେଇ ଟାଉନ ଥାନାରେ ଏତଲା ଦେଇଥିଲେ | ଏହାକୁ ଗୁରୁତ୍ୱ ଦେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଆରଂଭ ହୋଇଥିଲା |ସୂଚନା ଯୋଗ୍ୟଯେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବ୍ରହ୍ମପୁର ଖାଯା ସାହିର ଏସକେ.ନୁର (ବୟସ ୧୯ ବର୍ଷ ),ଏସକେ .ଜୁନେଦ (ବୟସ ୧୯ ବର୍ଷ ) ଓ ତୃତୀୟ ଆରୋପି ଆକବର ବେଗ ଫରାର ଅଛି | ଯିଏ ଏହି ଦଳର ମୁଖ୍ୟ ଏବଂ ସମସ୍ତ ଚୋରିର ଯୋଜନା ପ୍ରସ୍ତୁତକାରୀ ଓ ଉପରୋକ୍ତ ଦୁଇ ଅଭିଯୁକ୍ତ ଗିରଫ ହେବା ଖବର ଜାଣିପାରି ସେ ଫେରାର ହେବାରେ ସକ୍ଷମ ହୋଇଛି | ଏହାକୁ ଭିତି କରି କେଶ ( no. ୧୪୬/୬.୮.୧୯) ରୁଜୁ ହୋଇଛି ଓ ମୁଖ୍ୟ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ପାଇଁ ପଦକ୍ଷେପ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here