ମଦ ବେପାରୀ ସୁଶାନ୍ତ ବିଶ୍ବାଳ ହତ୍ଯାକାଣ୍ଡର ଖୁଲାସା କଲା କବିସୂର୍ଯ୍ୟନଗର ପୋଲିସ

0
277

କବିସୂର୍ଯ୍ୟନଗର(ଦେବାଶିଷ ମହାରଣା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା  ବାଉଁଶିଆ ଗାଁ ରେ ଗତ ଫେବୃଆରୀ ଏକ ତାରିଖ ରାତିରେ ମଦ ବେପାରୀ ସୁଶାନ୍ତ ବିଶ୍ୱାଳଙ୍କ ହତ୍ୟା ଘଟଣାର ଖୁଲାସା କରିଛି କବିସୂର୍ଯ୍ୟନଗର ପୋଲିସ ।ହତ୍ଯାକାଣ୍ଡ ରେ ସମ୍ପୃକ୍ତ ତଥା ମାଷ୍ଟର ମାଇଣ୍ଡ ଦୁଇ ଜଣ ଅଭିଯୁକ୍ତ କୁ ଗୁରୁବାର କବିସୂର୍ଯ୍ୟନଗର ପୋଲିସ ଗିରଫ କରିବା ସହ ହତ୍ୟାକାଣ୍ଡ ରେ ବ୍ୟବହୃତ ବାଇକ,ଦୁଇ ଟି ଠେଙ୍ଗା ଓ ତିନି ଟି ମୋବାଇଲ ଜବତ କରିଥିବା ନେଇ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ ଓ ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଷୋତ୍ତମପୁର ଥାନା ଅଂଚଳ ରେଙ୍ଗିଟି ପଲ୍ଲୀ ଗ୍ରାମର ଗୋବିନ୍ଦ ସେନାପତି ଏବଂ ଚିଙ୍ଗୁଡ଼ି ଘାଇ ଗ୍ରାମର ମଣ୍ଟୁ ପଢିଆଳି। ସୁଚନା ମୁତାବକ ଏମାନଙ୍କ ସହ ଆଉ ଦୁଇଜଣ ମିଶି ବାଉଁଶିଆ ଗ୍ରାମ କୁ ଯାଇ ସୁଶାନ୍ତ କୁ ବଟି ମାଗିଥିଲେ,ଏବଂ ସୁଶାନ୍ତ ବଟି ନ ଦେବାରୁ ହିଁ ହତ୍ଯାକାଣ୍ଡ କରାଯାଇଥିଲା ବୋଲି ଜଣାପଡିଛି। ସୁଶାନ୍ତ ରାତିରେ ମଦ ଦୋକାନ ବନ୍ଦ କରି ସାଙ୍ଗ ଧୋବା ରାଉତ ସହ ମିଶି ଘରକୁ ଫେରିବା ସମୟରେ ସୁଶାନ୍ତ କୁ ଠେଙ୍ଗା ରେ ପିଟି ପିଟି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ। ସୁଶାନ୍ତଙ୍କ ସାଙ୍ଗ ଧୋବା ଖସି ଆସି ଘରେ ଖବର ଦେବା ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଏ ନେଇ ବାପା ସୁରେନ୍ଦ୍ର ବିଶ୍ୱାଳ କବିସୂର୍ଯ୍ୟନଗର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here