ଜୁଆ ଆଡ୍ଡାରେ ଚଢ଼ାଉ; ୩ ଜୁଆଡ଼ି ଗିରଫ

0
309

ବେଲଗୁଣ୍ଠା(ଶିବରାମ ଚୌଧୁରୀ) କୁମାର ପୂର୍ଣ୍ଣମୀ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ କାଲି ରାତିରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଗାଙ୍ଗପୁର ବଡ଼ ଦାଣ୍ଡ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା I ଚଢ଼ାଉ ସମୟରେ ପୋଲିସ୍ ତିନି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 15,820 ଟଙ୍କା ସହିତ ତାସ୍ ମଧ୍ଯ ଜବତ କରିଥିଲା I ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର୍ 302/20 ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here