ଟିମ କ୍ଲିନ ସିଟି ଅଭିଯାନକୁ ପୁରିଲା ଏକ ମାସ, ଟିମର ସଦସ୍ୟଙ୍କ ସହ ଆଲୋଚନା କଲେ ବିଏମସି କମିଶନର।

0
826

ବ୍ରହ୍ମପୁର,୦୬/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରକୁ ସୁନ୍ଦର ଭାବେ ଗଢି ତୋଳିବା ଲକ୍ଷ୍ୟରେ ଟିମ କ୍ଲିନ ସିଟି ପକ୍ଷରୁ ଆରମ୍ଭ ହୋଇଥିବା ନିଆରା ପ୍ରୟାସ ବା ଅଭିଯାନକୁ ଇତି ମଧ୍ୟରେ ପୁରିଯାଇଛି ଦୀର୍ଘ ଏକ ମାସ। ଆଜି ଟିମର ସଦସ୍ୟମାନେ ବର୍ଷା ସତ୍ତ୍ୱେ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଖୋଡାସିଙ୍ଗି ପର୍ଯ୍ୟନ୍ତ ପୋଷ୍ଟର ଚିରିଥିଲେ। ପରେ ଟିମର ସଦସ୍ୟ ମାନେ ବ୍ରହ୍ମପୁର ମହନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ମିଶି ସାକ୍ଷାତ ଆଲୋଚନା କରିଥିଲେ।

ଦୀର୍ଘ ଏକ ମାସର ଅଭିଜ୍ଞତା ଓ କିଛି ନୂଆ ପ୍ରସ୍ତାବକୁ ସଦସ୍ୟମାନେ କମିଶନରଙ୍କୁ ଶେୟର କରିଥିଲେ। ଟିମର କାର୍ଯ୍ୟକୁ କମିଶନର ଭୁୟସୀ ପ୍ରସଂଶା କରିବା ସହ ଏହାକୁ କିଭଳି କଡାକଡି ଲାଗୁ କରାଯିବା ସେନେଇ ନିଜ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଟିମ ପକ୍ଷରୁ ସ୍ୱତନ୍ତ୍ର ଲୋଗୋ ଥିବା କ୍ୟାପକୁ କମିଶନରଙ୍କ ଦ୍ୱାରା ଉନ୍ମୋଚନ କରାଯାଇ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି ଅଭିଯାନକୁ ଆଗାମୀ ଦିନରେ ଜାରି ରଖାଯିବା ସହ ଅଧିକ ତ୍ୱରାନ୍ୱିତ କରାଯିବା ନେଇ ଟିମ କ୍ଲିନ ସିଟି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here