ଗଜପତି ଏସ.ପି ସାରା ଶର୍ମାଙ୍କ ଜନସେବା କେନ୍ଦ୍ର ଉପରେ ଚଢ଼ାଉ; ନକଲି ଆଧାର ପରିଚୟ ପତ୍ର ତିଆରି ଅଭିଯୋଗ

0
804

ଗଜପତି ୬/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନକଲି ଦସ୍ତାବେଜ ଦ୍ୱାରା ଆଧାର ପରିଚୟ ପତ୍ର ତିଆରି ଓ ସଂଶୋଧନ ଅଭିଯୋଗକୁ ଭିତ୍ତି କରି ଗତକାଲି ଗଜପତି ପୋଲିସ ସାତମାଇଲ ଛକରେ ଥିବା ଜନସେବା କେନ୍ଦ୍ରରେ ଚଢ଼ାଉ କରିଥିଲେ | ଏହି ଚଢ଼ାଉ ଗଜପତି ଏସ.ପି ସାରା ଶର୍ମାଙ୍କ ନେତୃତ୍ୱରେ ଥିବା ଏକ ଟିମ ଦ୍ୱାରା କରାଯାଇଥିଲା |

ଏସ.ପି ସାରା ଶର୍ମାଙ୍କ କହିବା ଅନୁଯାୟୀ ଏହି କେନ୍ଦ୍ରରୁ ସେମାନେ ବ୍ୟବହାର କରୁଥିବା ଗୋଟିଏ ଲ୍ୟାପଟପ,କଂପ୍ୟୁଟର ଓ ପ୍ରିଣ୍ଟର ଜବତ କରାଯାଇଛି ଓ ୪ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଛି | ଏହି କେନ୍ଦ୍ରରେ ବହୁଦିନ ହେଲା ନକଲି ଦସ୍ତାବେଜ ବ୍ୟବହାର କରି ଆଧାର କାର୍ଡ ତିଆରି,ସଂଶୋଧନ ସହ ବିନା ଦସ୍ତାଵେଜରେ ଆନ୍ଧ୍ରପ୍ରଦେଶ ବାସିନ୍ଦାମାନଙ୍କ ପାଇଁ ଆଧାର କାର୍ଡ ଓ ଅନ୍ୟାନ୍ୟ ଦରକାରୀ ପରିଚୟ ପତ୍ର ତିଆରି କରାଯାଉଥିଲା | ତଦନ୍ତ ପରେ ଆବଶକୀୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଏସ.ପି ଶର୍ମା କହିଛନ୍ତି |

LEAVE A REPLY

Please enter your comment!
Please enter your name here