ସଂକ୍ରମିତ ସତ୍ତ୍ଵେ ରୋଗୀ ସେବା ଜାରି ରଖିଛନ୍ତି ଡାକ୍ତର ସରୋଜ

0
297

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ମହାମାରୀ କରୋନା ମୁକାବିଲାରେ କରୋନା ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ I ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର, ପୋଲିସ୍, ପ୍ରଶାସନିକ ଅଧିକାରୀ, ସ୍ଵାସ୍ଥ୍ୟ କର୍ମୀ ପ୍ରମୁଖ କରୋନା ଯୋଦ୍ଧା ନିଜ ଜୀବନକୁ ପାଣି ଛଡାଇ ଦୀର୍ଘ ଆଠ ମାସ ହେବ କରୋନା ବିରୁଦ୍ଧରେ ଅନବରତ ଲଢ଼େଇ ଜାରି ରଖିଛନ୍ତି I ସେହିପରି ଜଣେ ନିଃସ୍ୱାର୍ଥପର ଯୁବ ଡାକ୍ତର ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲି ପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସରୋଜ ପ୍ରଧାନ I ପ୍ରବାସୀମାନେ ବେଲଗୁଣ୍ଠା ବ୍ଲକ୍ କୁ ଫେରିବା ପରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଜାଞ୍ଚ କରିବା , କୋଭିଡ କେୟାର୍ ହୋମ ଦାୟିତ୍ଯ ତୁଲାଇବା , ବେଲଗୁଣ୍ଠା ବ୍ଲକ୍ ରେ କୋଭିଡ ନମୂନା ପରୀକ୍ଷଣରେ ସହଯୋଗ କରିବା, ପୋଜିଟିଉଵ ଙ୍କ ଘରକୁ ଜାଇ କଣ୍ଟାକ୍ଟ ଟ୍ରେସିଣ୍ଗ ଭଳି ପ୍ରତି କାର୍ଯ୍ୟରେ ଡାକ୍ତର ପ୍ରଧାନ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି I ନିଜର ଏହି ସେବା ମନୋବୃତ୍ତି ପାଇଁ ସ୍ଵାଧୀନତା ଦିବସରେ ଡାକ୍ତର ପ୍ରଧାନଙ୍କୁ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଣ୍ଗେ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ I ସବୁଠାରୁ ବଡ଼ କଥା ହେଉଛି ଡାକ୍ତର ପ୍ରଧାନ ବର୍ତ୍ତମାନ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଥକି ନ ପଡ଼ି ରୋଗୀ ସେବା ଜାରି ରଖିଛନ୍ତି I ସୂଚନା ଅନୁଯାୟୀ ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସରୋଜ ପ୍ରଧାନ କିଛିଦିନ ତଳେ ଶରୀରରେ ଜ୍ଵର ଅନୁଭବ କରି ଗତ ତିନି ତାରିଖରେ ନିଜର ସ୍ୱାବ୍ ପରୀକ୍ଷା କରାଇଥିଲେ I ପରୀକ୍ଷା ରିପୋର୍ଟ୍ ଆସିବା ପରେ ସେ କରୋନା ପଜିଟିଭ ଥିବା କଥା ଜଣା ପଡ଼ିଥିଲା I କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତର ସରୋଜ ବର୍ତ୍ତମାନ ଗୃହ ଏକାନ୍ତବାସରେ ରହିଛନ୍ତି I ଗୃହ ଏକାନ୍ତବାସରେ ରହିଥିଲେ ମଧ୍ୟ ଡାକ୍ତର ପ୍ରଧାନ ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି I ସେ ବର୍ତ୍ତମାନ ଟେଲିଫୋନ୍ ମାଧ୍ୟମରେ ବିଭିନ୍ନ ରୋଗୀ ଏବଂ ତାଙ୍କର ସମ୍ପର୍କୀୟ ମାନଙ୍କ ସହ କଥା ହୋଇ ରୋଗଗୁଡ଼ିକର ଉପଯୁକ୍ତ ଉପଚାର କରିବା ସହ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଉଛନ୍ତି Iଏବଂ ଭୟଭୀତ ନ ହୋଇ ଠିକ ସମୟରେ ମେଡିସିନ ଖାଇବାକୁ ପରାମର୍ଶ ଦେଉଛନ୍ତି । ଡାକ୍ତର ପ୍ରଧାନଙ୍କ ଏହିଭଳି କାର୍ଯ୍ୟକୁ ଅଞ୍ଚଳବାସୀ, ସ୍ଥାନୀୟ ପ୍ରଶାସନ, ଜନ ପ୍ରତିନିଧି ,ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି I ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଡାକ୍ତର ପ୍ରଧାନ ଜଣେ ଉତ୍ତମ ଅମାୟିକ ଡାକ୍ତର I ନିଜର ନିଷ୍ଠାପର ସେବା ପାଇଁ ଗତ ସେପ୍ଟେମ୍ବର ମାସରେ ସେ ବେଲଗୁଣ୍ଠା ପ୍ରେସ୍ କ୍ଲବ ଦ୍ଵାରା. ମଧ୍ୟ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ ହୋଇଥିଲେ I ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା ଏବଂ ସାହସୀକତା ପାଇଁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବିଡିଓ ଶଶି ଭୂଷଣ ମହାପାତ୍ର,ଏନ. ଏ. ସି.କାର୍ଯ୍ଯ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର , ମେଡିକାଲ ଅଫିସର ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ , ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୂମ୍ନ ପାତ୍ରଙ୍କ ସମେତ ବହୁ ଗଣ ମାଧ୍ୟମ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି ଡାକ୍ତରଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି I

LEAVE A REPLY

Please enter your comment!
Please enter your name here