ସ୍ବେଚ୍ଛାସେବୀ ଓ I Y A ସଂଗଠନର ସହଯୋଗରେ ଆଦିବାସୀ ମାନଙ୍କୁ ମାସ୍କ , ସାବୁନ ବଣ୍ଟନ ସହ ସଚେତନ କଲା ଖଲ୍ଲିକୋଟ ପୋଲିସ

0
375

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ):ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚୟତର ଛକାସିଙ୍ଗ ଗ୍ରାମରେ ଘରକୁ ଘର ବୁଲି ଆଦିବାସୀ ଓ ଗରିବ ଲୋକମାନଙ୍କୁ ମାସ୍କ ଓ ସାବୁନ ବାଣ୍ଟିବା ସହ ସଚେତନ କରିଥିଲେ। ଏଥିରେ ଭାରତୀୟ ଯୁବକ ସଂଘ (IYA) ଓ ଅଞ୍ଚଳର କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡିକା, ଅନ୍ୟାନ୍ୟ ପୋଲିସ କର୍ମଚାରୀ , ବ୍ୟବସାୟୀ ବୁଲୁ ତରାଇ, ସାମ୍ବାଦିକ ତଥା ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ, IYA ସଂଗଠନର HR କୋରଡିନେଟୋର ତଥା ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ, ଅମର ସାହୁ, ଟୁକୁନା ପ୍ରଧାନ, ଜଗବନ୍ଧୁ ସାହୁଙ୍କ ସହ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here