ସମାଜସେବୀଙ୍କୁ “ବିଜୁ ପଟ୍ଟନାୟକ ଆୱାର୍ଡ” ପୁରସ୍କାର ପ୍ରଦାନ

0
356

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ ଗ୍ରାମ ବାସିନ୍ଦା ସମାଜସେବୀ ମହେଶ୍ବର ବରାଡ଼ଙ୍କୁ  ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସରକ୍ଷଂକ କାର୍ଯା୍ୟାଳୟରେ ବିଜୁ ପଟ୍ଟନାୟକ ଉପଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ଆୱାର୍ଡ ଓଡ଼ିଶା ସରକାରଙ୍କ ଜଙ୍ଗଳ ଓ ପରିବେଶ ବିଭାଗ ତରଫରୁ ପ୍ରଦାନ କରାଯାଇଅଛି ।ଏହି ଉତ୍ସବରେ ଆଞ୍ଚଳିକ ମୁଖ୍ୟ ବନ ସରକ୍ଷଂକ ପ୍ରାଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକ, ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରୀ, ଇକୋ କ୍ଳବ ସଂଯୋଜକ ଲକ୍ଷ୍ମୀ ନାରାୟଣ ବେଜ, ଗଞ୍ଜାମ ଜିଲ୍ଲାର ବହୁ ବିଦ୍ୟାଳୟର ଶିକ୍ଷକ ଓ ସମାଜସେବୀ ଏବଂ ବନବିଭାଗର ବହୁ କର୍ମଚାରୀ ଯୋଗଦେଇ ପୁରସ୍କାର ବିତରଣ ସଭାକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here