ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଦେଲେ ମାନବିକତାର ପରିଚୟ

0
512

ହିଂଜିଲିକାଟୁ(ହିମାଂଶୁ ବେହେରା)କିଛି ଦିନ ହେବ ହିଞ୍ଜିଳିରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ସ୍ତ୍ରୀ ଲୋକ ପାଗଳ ପରି ବ୍ୟବହାର କରୁଥିଲା ଯିଏ ଯାହା ଦେଉଥିଲେ ସେ ଖାଉଥିଲା । କେହି ତାର ସାହା ଭରସା ନଥିଲେ । ଏହି ଖବର ପ୍ରଘଟ ହେବା ପରେ ହିଞ୍ଜିଳି ସହର କିଛି ବ୍ୟକ୍ତି ତାଙ୍କୁ ପିନ୍ଧିବାକୁ ଶାଢୀ ଆଣିକି ଦେଇଥିଲେ ।ଏହି ଖବଟରି ହିଞ୍ଜିଳି ଥାନା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ସେ ସଙ୍ଗେ ସଙ୍ଗେ ଥାନା ମହିଳା କର୍ମଚାରୀଙ୍କୁ ନେଇ ହିଞ୍ଜିଳି ଜଗନ୍ନାଥ ମନ୍ଦିରରେ ପହଞ୍ଚି ତାଙ୍କୁ ଏକ ସେବାଶ୍ରମରେ ଛାଡିଥିବା ସୂଚନା ମିଳିଛି । ଥାନା ଅଧିକାରୀ ଏଭଳି କାର୍ଯ୍ୟ ଯୋଗୁଁ ହିଞ୍ଜିଳି ସହରବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here