ବୁଗୁଡ଼ାପଲ୍ଲୀ ରୁ ଏକ ମୃତ୍ୟୁ ଦେହ ଉଦ୍ଧାର:ସାପ କାମୁଡି ଥିବା ସନ୍ଦେହ କରୁଛି ପୋଲିସ

0
354

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଂଜିଳି କାଟୁ ଥାନା ଅନ୍ତର୍ଗତ ବୁଗୁଡାପଲ୍ଲୀ ଗ୍ରାମରୁ ଏକ ମୃତ୍ୟୁ ଦେହମିଳିଛି ମୃତ୍ୟୁ ଙ୍କ ନାମ ଚିନା ଦାସ, ବୟସ 46 ବୋଲି ଜଣା ପଡ଼ିଛି ସୂଚନା ଅନୁସାରେ ଚିନା ଦାସ ଙ୍କ ସ୍ତ୍ରୀ ଲଷ୍ମୀ ଦାସ ସକାଳୁ ଉଠି ଦେଖିଲେ ତାଙ୍କର ସ୍ୱାମୀ ଘରେ ନାହାନ୍ତି ବାହାର କୁ ଯାଇ ଦେଖିଲା ପରେ ତାଙ୍କର ସ୍ୱାମୀ ଘର ପାଖ ଏକ ଟଗର ଗଛ ପାଖରେ ସ୍ୱାମୀ ପଡିଥିବା ର ଦେଖିଥିଲେ ଓ ଘର ଲୋକ ଙ୍କୁ ଜାଣଇ ଥିଲେ ଓ ସମ୍ପର୍କୟ ଲୋକ ଙ୍କ ସାହାଯ୍ୟ ରେ ପାଖକୁ ଯାଇଥିଲେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ହିଂଜିଳି ଥାନା କୁ ଖବର ଦେଇଥିଲେ l ସୂଚନା ପାଇଁ ହିଂଜିଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହ କୁ ଜବତ କରିବା ସହିତ ଏକ କେସ ନଂ 27ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁ ଦେହ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇଛିନ୍ତି l ସାପ ମାରିଥିବା ପୋଲିସ ସନ୍ଦେହ କରିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ତଦନ୍ତ ହେଲେ ପ୍ରକୃତ କାରଣ ଜଣା ପଡିବ ବୋଲି ଘର ଲୋକେ କହିଛନ୍ତି l

LEAVE A REPLY

Please enter your comment!
Please enter your name here