ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ପରିଦର୍ଶନ

0
290

ବେଗୁନିଆପଡା; ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଅଙ୍ଗାର ଗାଁ ଓ ପାଇକପଡା ଗ୍ରାମର ଉଚ୍ଚ ବିଦ୍ୟାଳୟ ଓ ରାଜପୁର ଆଦର୍ଶ ବିଦ୍ୟାଳୟ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଅଙ୍ଗାର ଗାଁ ଗ୍ରାମ ଉଚ୍ଚ ବିଦ୍ୟାଳୟକୁ ଯାଇ ଆନୁସଙ୍ଗିକ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ସ୍କୁଲର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ । ପରେ ପାଇକପଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସ୍ମାର୍ଟ ଶ୍ରେଣୀ, ପରିବେଶ, ଅନ୍ୟାନ୍ୟ ବ୍ୟବସ୍ଥା ଦେଖିବା ସହ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଥିଲେ । ଏହି ସ୍କୁଲ ପରିଦର୍ଶନ ସମୟରେ ବିଡ଼ିଓ ବେଦବର ପ୍ରଧାନ,ଯନ୍ତ୍ରୀ ପ୍ରଦୀପ କୁମାର ପରିଡା , ବିଇଓ କମଳାକାନ୍ତ ସାହୁ, ବ୍ଲକ ସଭାପତି ବିଜୟ କୁମାର ଦୋରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here