ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ।

0
673

ବୁଗୁଡା,୦୫/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ପ୍ରତାପ ନାୟକ ନାମକ ଜଣେ ଯୁବକ ଗ୍ରାମରେ କାମ ନପାଇ ବାଧ୍ୟ ବୋହି ହାଇଦ୍ରାବାଦ ସ୍ଥିତ ମାଇଁହୋମ ଭଳି ଏକ ଘରୋଇ କମ୍ପାନୀକୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାପାଇଁ ଅଢେଇ ବର୍ଷ ପୂର୍ବେ ଯାଇଥିଲା। ହାଇଦ୍ରାବାଦରେ ପ୍ରତାପ ରୋଗଗ୍ରସ୍ତ ହୋଇପଡିଥିବା ବେଳେ ଅର୍ଥାଭାବ କାରଣରୁ ଚିକିତ୍ସା କରି ନ ପାରି ଶେଷରେ ମୃତ୍ୟୁବରଣ କରିଥିଲେ।ମାଇଁ ହୋମ କମ୍ପାନୀ ଏବଂ ସାଙ୍ଗରେ ଗ୍ରାମରୁ ଯାଇଥିବା ଲୋକଙ୍କ ସହାୟତାରେ ତିନିଦିନ ପରେ ପ୍ରତାପ ନାୟକଙ୍କ ମରଶରୀରକୁ କୁଆଁନଳା ଗ୍ରାମରେ ଆଜି ପହଁଚିଥିଲା। ପ୍ରତାପଙ୍କ ମୃତ୍ୟୁକୁ ନେଇ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here