ସଦର ଥାନା ପକ୍ଷରୁ ଗୁଟୁଖା କାରଖାନାରେ ଚଢ଼ାଉ;୩ ଗିରଫ ସହ ବହୁ ସାମଗ୍ରୀ ଓ ସରଞ୍ଜାମ ଜବତ

0
743

ବ୍ରହ୍ମପୁର ୬/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତକାଲି ବ୍ରହ୍ମପୁର ସଦର ପୋଲିସ ଭୈରବୀ ନଗରରେ ଚଢ଼ାଉ କରୀ ବେଆଇନ ଭାବେ ତିଆରି ହେଉଥିବା ଗୁଟୁଖା ଜବତ ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ |
କାଲି ରାତି ୯ଟା ସମୟରେ ସଦର ପୋଲିସ ଭୈରବୀ ନଗରରେ ଚଢ଼ାଉକରି ବେଆଇନଭାବେ ଗୁଟୁଖା ତିଆରି କାରଖାନାରୁ ୪୦ ବସ୍ତା ଗୁଟୁଖା,୨ଟି ଗୁଟୁଖା ତିଆରିକରୁଥିବା ମେସିନ,ଗୋଟିଏ ଗୁଟୁଖା ସିଲେଇ ମେସିନ ଓ ଓଜନ ମେସିନ ଜବତ କରିଥିଲେ | ଏସ.ଡି.ପିଓ ଶ୍ରୀଯୁକ୍ତ ଜୟନ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ଅଭିଯୁକ୍ତମାନେ ଦିବୟାଂଶୁ ବେହେରା,କାଶୀନାଥ ବେହେରା ଓ ଶରତ ବିଷୋୟୀ ବୋଲି ଜଣାପଡିଛି ଓ ସେମାନଙ୍କୁ ଗିରଫ କରି ୪୨୦ /୨୭୨ /୨୭୩/୩୪ ଆଇପିସି /୨୦/୨୪ କୋଟପେକେଟ /୫୯ ଫୁଡ ସେଫଟି ଷ୍ଟାଣ୍ଡାର୍ଡ ଆକଟ ଧାରା ଅନୁଯାୟୀ କେଶ (ନଂ୧୯୬/୫.୮.୧୯) ରୁଜୁ ହୋଇଛି |

LEAVE A REPLY

Please enter your comment!
Please enter your name here