ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପୋଲସରା ଶାଖା ସମ୍ମିଳନୀ

0
240

ପୋଲସରା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଶାଖା ର ସମ୍ମିଳନୀ ଅକ୍ଟୋବର ୨୧ ତାରିଖ ଦିନ ପାଟିଗଡ ରୋଡ ସ୍ଥିତ ଯୋଗାସନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀ ପ୍ରାରମ୍ଭରେ ପାର୍ଟି ର ବରିଷ୍ଠ ସାଥୀ ଗୌର ହରି ବିଷୋୟି ଲାଲ ପତାକା ଉତ୍ତୋଳନ କରିଥିବା ବେଳେ ସାଥୀ ଶିବରାମ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲା ସିପିଆଇ ସମ୍ପାଦକ ସାଥୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ମିଳନୀ କୁ ଉଦଘାଟନ କରିଥିଲେ। ସାଥୀ ହରିହର ପାତ୍ର ଆନ୍ଦୋଳନରେ ସହୀଦ ହୋଇଥିବା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ନିରବ ପ୍ରାର୍ଥନା ହୋଇଥିଲା। ଜିଲ୍ଲା ସମ୍ପାଦକ କେନ୍ଦ୍ର ସରକାର ମୁଷ୍ଟିମେୟ ଶିଳ୍ପପତି ମାନଙ୍କ ଇଙ୍ଗିତ ରେ ଅତ୍ୟାବଶ୍ୟକ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରଦାମ ବଢାଇ ଚାଲିଛନ୍ତି ବୋଲି ପ୍ରକାଶ କରିଥିଲେ। ଯାହା ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇ ପଡିଲାଣି। ଏଥିରୁ ମୁକୁଳିବା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟି ର ପୋଲସରା ଆଞ୍ଚଳିକ ସମ୍ପାଦକ ସାଥୀ ଦଣ୍ଡପାଣି ସାମଲ, ଅଖିଳ ଭାରତ ଯୁବକ ସଂଘ ର ରାଜ୍ୟ ସଭାପତି ସାଥୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସମ୍ମିଳନୀ ରେ ଉଦବୋଧନ ଦେଇ ପୋଲସରା ଅଞ୍ଚଳରେ କମ୍ୟୁନିଷ୍ଟ ସଂଗଠନ କୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ସାଥୀ ବିଜୟ ସାମନ୍ତରା ବିବରଣୀ ପଠନ କରିଥିଲେ। ଅନ୍ୟ ସାଥୀ ଝଡିଆ ସାହୁ , ଶିଶିର ପ୍ରଧାନ , ସାରଥି ସାହୁ , ରବି ନାରାୟଣ ମିଶ୍ର ଓ ପର୍ଶୁରାମ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ପାଇଁ ସାଥୀ ବିଜୟ ସାମନ୍ତରା ଶାଖା ସମ୍ପାଦକ ଓ ସାଥୀ ନରେନ୍ଦ୍ର ପ୍ରଧାନ ସହ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ନିର୍ବାଚିତ ହୋଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here