ହତ୍ୟା ଧମକ ଦେଇ ଜଣେ ଗିରଫ

0
292

ଆସ୍କା(ଜଗନ ପଣ୍ଡା) ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଧୋବାପଲ୍ଲୀ ଗ୍ରାମର ଉପେନ୍ଦ୍ର ପ୍ରଧାନ ଙ୍କୁ ହତ୍ୟା ଧମକରେ ଅଭିଯୁକ୍ତ ଅରୁଣ ପାଣିଗ୍ରାହୀ ଙ୍କୁ ଗିରଫ କରିଛି ଆସ୍କା ଥାନା ପୋଲିସ |ଅଭିଯୋଗ ଅନୁସାରେ ଧୋବାପଲ୍ଲୀ ଗ୍ରାମର ଉପେନ୍ଦ୍ର ପ୍ରଧାନ (60), ପିତା ପିତାମ୍ବର ପ୍ରଧାନ ଆସ୍କା ପୋଷ୍ଟ ଅଫିସ ସାମ୍ନାରେ ଠିଆ ହୋଇଥିବା ସମୟରେ ସେଠାକାର ସିକୁରିଟି ଗାର୍ଡ ଅରୁଣ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ହଠାତ ଆସି ଅଭଦ୍ର ଗାଳି ଗୁଲଜ କରିବା ସହ ସାମସଂଗ ମୋବାଇଲ ଛଡେଇ ନେଇଥିଲା |ପରେ ପରେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଥିଲା ବେଳେ କୌଣସି ମତେ ଉପେନ୍ଦ୍ର ଖସି ପଳାଇ ଆସିଲେ | ପୂର୍ବରୁ ଅନେକ ବାର ଅରୁଣ ମାରିଦେବାକୁ ଧମକ ଦେଉଥିଲା ବୋଲି ମଧ୍ୟ ଉପେନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି | ଉକ୍ତ ଘଟଣାକୁ ଅନୁଧ୍ୟାନ କରି ଆସ୍କା ଥାନା ପୋଲିସ କେଶ ନମ୍ବର 511/20 ରେ ମାମଲା ରୁଜୁ କରି ଅରୁଣ କୁ ଗିରଫ କରିଛି |341/294/323/307/379/506 ଆଇ ପି ସି ଦଫା ରେ ଅରୁଣ କୁ କୋର୍ଟ ଚାଲାଣ କରାଯାଇଥିବା କଥା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here