ଗଞ୍ଜାମ ଜିଲ୍ଲାପାଳଙ୍କ କେ.ବରିଡା ସ୍ଥିତ ନବ ନିର୍ମାଣାଧୀନ ପାର୍କ ପରିଦର୍ଶନ

0
376

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗ୍ରସ୍ତ କରିବା ସହ କେ.ବରିଡା ସ୍ଥିତ ଅମରେଶ୍ବର ମନ୍ଦିର ପରିସରରେ ନିର୍ମାଣାଧୀନ ପାର୍କର ଅଗ୍ରଗତିକୁ ଦେଖିବା ସହ ସଠିକ ଭାବରେ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ l ମନରେଗା ଯୋଜନା ସହ ପଂଚାୟତ ପାଣ୍ଠିରୁ ଆସିଥିବା ଅନୁଦାନରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ କହିଥିଲେ l ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ତହସିଲଦାର ପ୍ରଭାତ କୁମାର ପରିଡା, ସହକାରୀ ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here