କାଜୁ ଜଙ୍ଗଲ ରେ ମହିଳାଙ୍କ ମୃତ୍ୟୁ ଘଟଣାରେ କବିସୂର୍ଯ୍ୟନଗର ପୋଲିସକୁ ସଫଳତା

0
370

କବିସୂର୍ଯ୍ୟନଗର(ଜଗନ୍ନାଥ ସାହୁ) ପୁରୁଷୋତ୍ତମପୁର ଏସଡି ପିଓ ସୀମା ସ୍ୱାଇଁ ଙ୍କ ଉପସ୍ଥିତ ରେ ଆଜି କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି ।ସୂଚନା ମୁତାବକ ଗତ 7-8 ରାତ୍ର ବାଉଁସିଆ ପଞ୍ଚାୟତ ର ଅର୍ଜୁନ ପଲ୍ଲୀ ଝରନାଳ କାଜୁ ଜଙ୍ଗଲରେ ମୃତ ମହିଳା ଲିଲି ନାହକ (୨୫)ଙ୍କୁ ଯେଉଁଭଳି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା,ସେଥିରୁ ପର୍ଦା ହଟାଇଛି କବିସୂର୍ଯ୍ୟନଗର ପୋଲିସ |ଏହି ହତ୍ୟା ଘଟଣାଟି ପାରିପାର୍ଶ୍ବିକ ପ୍ରେମ ସହ ଟଙ୍କା କୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। କବିସୂର୍ଯ୍ୟ ନଗର ପୋଲିସ ପୁରୁଷୋତମପୁର ଏସଡିପିଓ ସୀମା ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡ ରେ ବ୍ୟବହୃତ ହେଉଥିବା ଗୋଟିଏ ଧାରୁଆ ଶାବଳ ଜବତ କରିଛି |ଗିରଫ ଦୁଇ ଜଣ ହେଲେ ଶଙ୍କର ନାହାକ (୩୨),ରେଣୁ ନାହକ (୪୫) |ଏଥିରେ ଜଣେ ମହିଳା ଥିବା ଜଣାପଡିଛି |ଥାନା କେସ ନଂ 38/21 ରେ ଆଇପିସ ଧାରା 302/201/34 ରେ ଆଜି କୋର୍ଟ ଚାଲାଣ କରିଥିବା କହିଛନ୍ତି ଏସଡିପିଓ ସୀମା ସ୍ୱାଇଁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୀମା ସ୍ୱାଇଁ ଙ୍କ ସମତେ ସାଇଣ୍ଟିଫିକ ଟିମ ର ସଦସ୍ୟ ଦୀପ୍ତି ରଞ୍ଜନ ପାଢ଼ୀ,କବିସୂର୍ଯ୍ୟ ନଗର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ,ଏସଆଇ ଅର୍ଜୁନ କଁହର,ଏସଆଇ ସ୍ନେହମଞ୍ଜରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here