ଗ୍ରାସୀମ୍ ଇଣ୍ଡଷ୍ଟ୍ରିସ୍ ରେ ଫାଟିଗଲା ଗ୍ୟାସ ଟାଙ୍କି, ୩ ଶ୍ରମିକ ଗୁରୁତର

0
461

ଛତ୍ରପୁର(ପ୍ରଦୀପ୍ତ କୁମାର ସାହୁ) ଗଂଜାମ ସହରରେ ଥିବା ଗ୍ରାସୀମ୍ ଇଣ୍ଡଷ୍ଟ୍ରିସ୍ କମ୍ପାନୀରେ ଆଜି ସକାଳେ ଗ୍ୟାସ ଲିକ ହୋଇ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସୂଚନମୁତାବକ ଆଜି ସକାଳ ସାଢେ ୯ଟା ସମୟରେ ପ୍ଲାଣ୍ଟ ରେ କାମ କରୁଥିବା ସମୟରେ ହଠାତ ଗ୍ୟାସ ଟାଙ୍କି ଟି ଫାଟି ଯାଇଥିଲା । ଯାହାରି ଫଳରେ ସେହି ପ୍ଲାଣ୍ଟ ରେ କାମ କରୁଥିବା ୩ଜଣ ଶ୍ରମିକ ଗ୍ୟାସ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି ।  ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏମ୍.କେ.ସି.ଜି. କୁ ସ୍ଥାନାନ୍ତରଣ କରାଯାଇଛି । ଆହତ ମାନେ ହେଲେ ଶଙ୍କର ରାଉଳ, ବେନୁପାଣି ରେଡି ଓ ଅଭିଷେକ ପାଳ  । ଏହି ଘଟଣା ପରେ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କମ୍ପାନୀ ର ସମସ୍ତ ଶ୍ରମିକ କମ୍ପାନୀ ସମୁଖରେ ଧାରଣା ଦେବା ସହ କମ୍ପାନୀର ଏମିତି ଅବହେଳା ଯୋଗୁଁ ଶ୍ରମିକ ମାନଙ୍କ ଅନେକ ସମସ୍ୟା ଘଟୁଛି ଏବଂ ଯେଉଁ ପ୍ଲାଣ୍ଟ ରେ ବଡ଼ ବଡ଼ ଇଞ୍ଜିନିୟର ମାନେ କାମ କରିବା କଥା ସେଠି ସାଧରଣ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ଲାଣ୍ଟ୍ ରେ କାମ କରୁଥିବା  ଶ୍ରମିକ ମାନେ ।  ଘଟଣା ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମ୍ପାନୀ ଏଚ୍.ଆର୍. ହେଡ୍ । ଏବେ କମ୍ପାନୀ ସମୁଖରେ ଶ୍ରମିକ ମାନେ ସୁରକ୍ଷା ସମେତ ବିଭିନ୍ନ ଦାବୀ ନେଇ ଧାରଣା ରେ ବସିଛନ୍ତି । ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here