ଆର ଉଦୟଗିରି ବ୍ଲକକୁ ସବ ଡିଭିଜନ ମାନ୍ୟତା ଦାବି କଲା ଭାରତୀୟ ବିକାଶ ପରିଷଦ

0
334

ମୋହନା(ଅଂଶୁମାନ ପଣ୍ଡା)ଆର ଉଦୟଗିରି ବ୍ଲକକୁ ସବ ଡିଭିଜନ ମାନ୍ୟତା ଦାବି ନେଇ ସୋମବାର ଭାରତୀୟ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।ଗତକାଲି ଅପରାହ୍ନରେ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହି ଏବଂ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପୁଜାରୀଙ୍କ ନେତୁତ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୩ଟି ବ୍ଲକର ଅଞ୍ଚଳବାସୀଙ୍କ ଏକତ୍ର ହୋଇ ଏକ ବିରାଟ ରାଲି କରି ସ୍ଥାନୀୟ ତହସିଲି କାର୍ଯ୍ୟାଳୟ ରେ ପହଞ୍ଚି ଏକ ସାଧାରଣର ସଭା କରି ଅତିଥିମାନେ ନିଜ ବକ୍ତବ୍ୟ ରେ ଆର ଉଦୟଗିରି ସବ୍ ଡିଭିଜନ କରିବା ପାଇଁ ବହୁବାର ରାଜ୍ୟ ସରକାରଙ୍କୁ ଦାବି କରୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଉଛି ବୋଲି କହିଥିଲେ । ପୁଣି ଆଜି ୩ ବ୍ଲକର ସାଧାରଣର ଲୋକ ଏକତ୍ର ହୋଇ ପୁନର୍ବାର ଦାବି ଜଣାଇଛନ୍ତି। ଯଦି ରାଜ୍ୟ ସରକାର ଙ୍କ ପକ୍ଷରୁ ଆର ଉଦୟଗିରି ବ୍ଲକକୁ ସବ୍ ଡିଭିଜନ ମାନ୍ୟତା ନ ଦିଆଯାଏ ତାହାହେଲେ ୩ଟି ବ୍ଲକର ଅଞ୍ଚଳବାସୀ ଏକତ୍ର ହୋଇ ଏକ ବଡ ଧରଣର ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ପୁଜାରୀ ଚେତାବନୀ ଦେଇଥିଲେ । ଏହାପରେ ମୁଖ୍ୟମନ୍ତୀଙ୍କ ଉଦ୍ଧେଶ୍ୟରେ ତହସିଲଦାର ଛୁଟିଥିବାରୁ ଅଫିସର ସିନିୟର କ୍ଲର୍କ ଦେବେନ୍ଦ୍ର ବେଣିଆ ବେହେରାଙ୍କୁ ଦାବି ପ୍ରତ୍ର ପ୍ରଦାନ କରିଛନ୍ତି । ଏହି ରାଲିରେ ଆର ଉଦୟଗିରି ଓ ନୁଆଗଡ ବ୍ଲକର ଶହ ଶହ ଜନସାଧାରଣ ସାମିଲି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here