ବଂଚିବା ପାଇଁ ସଂଗ୍ରାମ ଜାରି

0
263

ବ୍ରହ୍ମପୁର :ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ପଶୁ । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । ମିଳିଥିବା ସୂଚନା ଅନୁଯାୟୀ ଏହି ଲୋକଡାଉନ ସମୟରେ ନିଜ ନିଜର ଘର, ଦୋକାନ ଓ ଗୋଦାମ ଗୁଡିକରେ ମୂଷା ଦାଉରୁ ରକ୍ଷା ପାଇବା ପାଇଁ କିଛି ଖାଦ୍ୟ ପଦାର୍ଥରେ ମୂଷା ମରା ଔଷଦ ବ୍ୟବହାର କରାଯାଇଥାଏ । ଏଥିରୁ କିଛି ଖାଇ ମୂଷା ମରୁଥିଵା ବେଳେ ବଳକା ଗୁଡିକୁ ରାସ୍ତାରେ ଏଣେ ତେଣେ ଫଫାଡି଼ ଥାନ୍ତି, ଫଳରେ ଏହି କୋରନା ସମୟରେ ବୁଲା କୁକୁର, ଗାଈ ଇତ୍ୟାଦି ଖାଇବାକୁ ନ ପାଇ ଏହି ସବୁ ଜିନିଷ ଖାଇ ଗୁରୁତର ଅସୁସ୍ଥ ହେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଆଜି ଏଭଳି ଏକ ଦୃଶ୍ୟ ପୂର୍ଥକ୍ ପୂର୍ଥକ ଜାଗାରେ ଦେଖିବାକୁ ମିଳିଥିଲା । ଆଜି ଅପରାହ୍ନ ସାଢ଼େ ତିନିଟା ବେଳେ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ପାଖକୁ ଖବର ଆସିଲା ଯେ ଗୋଷାଣୀନୂଆଗାଁ ଢମଣା ସାହିରେ ଏକ ବୁଲା କୁକୁର ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ସହ ସଂଗ୍ରାମ କରୁଛି । ସେ ତୁରନ୍ତ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିବା ସହ କୁକୁର ଧରାଳି ତଥା ପଶୁପ୍ରେମୀ କାହ୍ନୁ ସାହୁଙ୍କ ସହ ଯୋଗାଯୋଗ କରିଥିଲେ । କାଳ ବିଳମ୍ବ ନକରି ପଶୁ ଡାକ୍ତର ସୌମିକ ସ୍ୱାଇଁ, ସହଯୋଗୀ ସାଇରାମ ରେଡ୍ଡୀ, ପ୍ରଣବ ରେଡ୍ଡୀ ଏବଂ ସ୍ବେଚ୍ଛାସେବୀ କାହ୍ନୁ ସାହୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ଵର ବୁଲା କୁକୁରଟିକୁ ନିୟନ୍ତ୍ରଣ କରିବା ସହ ତାର ଚିକିତ୍ସା କରାଯାଇଥିଲା । ଏଥରେ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଜଗା ସାହୁ, ନିରୋଦ ସାହ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଗାନ୍ଧୀନଗର ୫ମ ଗଳି ନିକଟସ୍ଥ ସିନିୟର୍ ସିଟି ଜନ୍ ପାର୍କ ସମ୍ମୁଖରେ ଏକ ଗାଈ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଖବର ପାଇ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସମେତ କିଛି ସ୍ବେଚ୍ଛାସେବୀ ଘଟଣା ସ୍ଥଳେ ପହଞ୍ଚି ଉକ୍ତ ଗାଈଟିର ଚିକିତ୍ସା କରିଥିଲେ । କିନ୍ତୁ ଚିକିତ୍ସାରେ କୌଣସି ଉନ୍ନତି ନବସିବାରୁ ତାର ଉତ୍ତମ ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ଚୌଧୁରୀଙ୍କ ଏଭଳି ସେବା ମୂଳକ କାର୍ଯ୍ୟ ଜାରି ରହିଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here