ଓଡିଶାବାର୍ତ୍ତା ଓ ଅନୁଭବ ପତ୍ରିକା ର ସ୍ଵନକ୍ଷେତ୍ର ଉତ୍ସବ ପାଳିତ

0
813

ବ୍ରହ୍ମପୁର ଇଂଜିନିଅରିଂ ସ୍କୁଲ ସ୍ଥିତ ରାଜସ୍ୱ ନିରୀକ୍ଷକ ଡାକ ବଙ୍ଗଳା ପରିସରରେ ଓଡିଶା ବାର୍ତ୍ତାର ୧୦ମ ଏବଂ ମାସିକ ପତ୍ରିକା ଅନୁଭବର ୩ୟ ସ୍ଵନକ୍ଷତ୍ର ଦିବସ ପାଳିତ ସହ ପର୍ଯ୍ୟଟନ ଭାରତ ପତ୍ରିକାର ବିଶେଷ ସଂସ୍କରଣ ଉନ୍ମୋଚନ ହୋଇଯାଇଛି । ଓଡ଼ିଶାବାର୍ତା ଓ ଅନୁଭବ ପତ୍ରିକା ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ମନୋଜ କାନ୍ତ ଦାସ ଙ୍କ ତତ୍ୱବାଧାନରେ ଆୟୋଜିତ ହୋଇଥିଲା

ଏହି କାର୍ଯ୍ୟକ୍ରମ ଅବସରରେ ବ୍ରହ୍ମପୁର ଏସ.ପି ଶ୍ରୀଯୁକ୍ତ ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବ୍ୟକ୍ତା ରୂପେ ବ୍ରହ୍ମପୁର ଆକାଶ ବାଣୀ କେନ୍ଦ୍ରର ସହ ନିର୍ଦ୍ଧେଶକ ହୃଶିକେଶ ପାଣିଗ୍ରାହୀ ,ବ୍ରହ୍ମପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ ,ପୂର୍ବତନ ବି.ଡି.ଏ ଅଧ୍ୟକ୍ଷ ସୁବାଷ ମହାରଣା , ବ୍ରହ୍ମପୁର ଭିଜିଲାନ୍ସ ଏଏସପି ସାନ୍ତୁନୁ ପାଢ଼ୀ , କଟକ ରୁ ପ୍ରକାଶିତ ହେଉଥିବା ଓଡ଼ିଆ ଖବରକାଗଜ ସକାଳ ସାଥି ର ସମ୍ପାଦକ ପ୍ରସନ୍ନ କୁମାର ଦାସ, ଦୈନିକ ଓଡ଼ିଆ ଖବର କାଗଜ ତୀର୍ଥକ୍ଷେତ୍ର ର ସମ୍ପାଦକ ପୁରୁଷୋତ୍ତମ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ୱେବ ମିଡ଼ିଆ ର ଚାହିଦା କେତେ ଗୁରୁତ୍ୱପୂର୍ଣ୍ଣ ସେନେଇ ଆଲୋକପାତ କରାଯାଇଥିଲା । ପରେ ଓଡିଶା ବାର୍ତ୍ତା ତଥା ଅନୁଭବର ସମ୍ପାଦକ ମନୋଜ କାନ୍ତ ଦାସ୧୦ ବର୍ଷ ପୂର୍ବରୁ ୱେବ ମିଡ଼ିକୁ କିଭଳି ସ୍ତରରେ ଚଳେଇ ଆସୁଛନ୍ତି ସେନେଇ ନିଜର ମତ ରଖିଥିଲେ । ଏହା ସହ ଓଡିଶା ବାର୍ତ୍ତାର ୬ଜଣ ସାମ୍ବାଦିକ ମାନେ ହେଲେ ପବିତ୍ର ରାଉତ,ଯୋଗୀ ନାହାକ,କେ.ସନ୍ତୋଷ ପାତ୍ର, ମନୋଜ ବାଡ଼ ତୀୟ, ଶିବରମ ମାଝୀ ଏବଂ ସନ୍ତୋସିନି ମୁନି ମାନ୍ୟଗଣ୍ୟ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ସ୍ୱାଗତ ସଙ୍ଗୀତ ଗାଇ ସୁଦୀପ ସାହୁ ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ,ପର୍ଯ୍ୟଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ ଅତିଥି ପରିଚୟ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ବିଶ୍ଵନାଥ ପଟ୍ଟନାୟକ, ପ୍ରକାଶ ପଟ୍ଟନାୟକ, ଶକ୍ତିଧର ରାଜଗୁରୁ, ଚିରଞ୍ଜିତ ରାଜଗୁରୁ, ଅସିତ ପଣ୍ଡା, ସତ୍ୟ ଚେତନ ପରିଡା, ଯୋଗୀ ନାହାକ, ହେମାଙ୍ଗ ରାଉଳ , ଅଭିରାମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସନ୍ତୋଷିନି ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here