ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଜୁନ ୧୭ରୁ ଖୋଲିବ

0
448

ଭୁବନେଶ୍ୱର:ଜୁନ ୧୭ରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଶିକ୍ଷକ, ଅଣଶିକ୍ଷକ ଓ ଅଧିକାରୀ କାର୍ଯ୍ୟରେ ଯୋଗ ଦେବେ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବ । କୋଭିଡ଼ ନିୟମ ଅନୁସାରେ ସମସ୍ତେ କାର୍ଯ୍ୟ କରିବ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି । କରୋନା ପାଇଁ ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here