ହନୁମାନ ମୁଦ୍ରା ଦେଖାଇ ଲୋକଙ୍କୁ ଠକୁଥିବା ୪ଜଣ ଠକ ଗିରଫ

0
665

ବ୍ରହ୍ମପୁର ୪/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ସହରର ବୈଦ୍ୟନାଥପୁର ପୋଲିସ ଚାରିଜଣ ଯୁବକଙ୍କୁ ଗିରଫ କରିବା ସହ ଗୋଟିଏ ହନୁମାନ ଖଚିତ ମୁଦ୍ରା ଓ ସ୍କ୍ୟାର୍ପିଓ ଗାଡି ଜବତ କରିଛି |
ଗତ କିଛି ଦିନ ହେବ ସହରର ଅପରାଧ ବଢି ଚାଲିଛି | ଏହି ଲୁଟେରା ଓ ଅପରାଧୀମାନଙ୍କୁ କାବୁ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଯାନବାହାନ ଯାଞ୍ଚ କରା ଯାଉଛି ଓ ସନ୍ଦିଗ୍ଧ ମାନଙ୍କୁ ଜେରା କରାଯାଉଛି | ଏହା ସହ ସହରର ସମସ୍ତ ପ୍ରବେଶପଥ ଗୁଡିକରେ ପୋଲିସ ବ୍ୟବସ୍ଥା କଡାକଡି କରାଯାଇଛି | ଏହି ଅଭିଯାନ ଦ୍ୱାରା ବୈଦ୍ୟନାଥପୁର ପୋଲିସ ଥାନାକୁ ମିଳିଥିଲା ସଫଳତା | ଗୋପାଳପୁର ଛକରେ ଯାନବାହାନ ତନଖି ସମୟରେ ହନୁମାନ ଚିତ୍ରିତ ମୁଦ୍ରା ଜବତ ହୋଇଥିଲା ଓ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ | ପୋଲିସ ତଦନ୍ତରୁ ଜଣାଯାଇଛିଯେ ଅଭିଯୁକ୍ତମାନେ ବ୍ରହ୍ମପୁର ସହରର କ୍ୟାମ୍ପ ସାହିର ବି.ସାଇକିରଣ ଓ ୱାଇ.ପବନକୁମାର,ମଙ୍ଗଳବାରମପେଟା ସାହିର ସି.ଏଚ ମନୋହର ଏବଂ ବାଲ୍ମୀକିପେଟା ସାହିର ଧ୍ରୁବ ଚରଣ ସାହୁ |ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଛି

LEAVE A REPLY

Please enter your comment!
Please enter your name here