ଭଞ୍ଜନଗରରେ ନକଲି ଘିଅ ଓ ତେଲ ଅପମିଶ୍ରଣ କାରଖାନା ଉପରେ ଚଢଉ ; ଅସଲି ନାଁରେ ପ୍ରସ୍ତୁତ ହେଉଥିଲା ନକଲି!

0
1227

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଅବିକଳ ବିଭିନ୍ନ ବ୍ରାଣ୍ଡର ନକଲି ପ୍ୟାକେଟ ବନାଇ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଛି। ସେହି ସବୁ ସାମଗ୍ରୀକୁ ଅସଲି ତୁଳନାରେ ବହୁ କମ୍ ଦରରେ ବଜାରରେ ବିକ୍ରୀ କରି ମାଲାମାଲ୍ ହେଉଛନ୍ତି ମୁନାଫା ଖୋର ବ୍ୟବସାୟୀ।ଲୋକଙ୍କ ସ୍ବାସ୍ଥକୁ ହାନୀ ପହଞ୍ଚାଇଲା ଭଳି ସାମଗ୍ରୀ ଖୁଲମ ଖୁଲା ବଜାରରେ ବିକ୍ରି ହେଉଥିବା ବେଳେ ଆଜି ଏକ ନକଲି ଘିଅ ଓ ତେଲ କାରଖାନରେ ଭଞ୍ଜନଗର ପୁଲିସ୍ ପକ୍ଷରୁ ଚଢଉ କରାଯାଇଛି। କଲେଜ୍ ରୋଡ଼ ସ୍ଥିତ ବାଇପାସ୍ ଛକ ନିକଟରେ ଥିବା ଏକ ଗୋଦାମ ଘରେ ପୁଲିସ୍ ଚଢଉ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ନକଲି ଘିଅ,ନଡ଼ିଆ ତେଲ,ରାଶି ତେଲ ଆଦିକୁ ଜବତ କରିଥିବା ଜଣାପଡ଼ିଛି। ଆଜି ସଂନ୍ଧ୍ୟା ସମୟରେ ବିଶ୍ବସ୍ତ ସୁତ୍ରୁର ଖବର ପାଇ ପୁଲିସ୍ ଟିମ୍ ଏହି ଗୋଦାମରେ ଚଢଉ କରିଥିଲା। ସେଠାରେ କିଛି ମହିଳା ଅପମିଶ୍ରିତ ଘିଅ ଓ ତେଲକୁ ପ୍ୟକେଟିଂ କରୁଥିବା ବେଳେ ସେଠାରେ ଘିଅ ପ୍ରସ୍ତୁତର କଞ୍ଚା ମାଲ୍,ଖାଲି ପ୍ୟକେଟ୍,ତେଲ ଡ଼ବା,ନକଲି ତେଲ ଖୋଳ,ଓଜନ ମେସିନ୍,ମରିଚ ଗୁଣ୍ଡ ପ୍ୟକେଟ୍,ମସଲା ଗୁଣ୍ଡ ପ୍ୟକେଟ୍,ବ୍ୟରେଲ୍,ଚୁଲା,ଗ୍ୟାସ୍ ଅଦି ରହିଥିବା ଦେଖିବାକୁ ପାଇଥିଲା। ଖବର ଲେଖାଯିବ ପର୍ଯ୍ୟନ୍ତ ଚଢଉ ଜାରି ରହିଛି। କେତେ ପରିମାଣର କେଉଁ ସାମଗ୍ରୀ ଜବତ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ପୁଲିସ୍ ସ୍ପଷ୍ଟ କରିନାହିଁ। ସାମଗ୍ରୀ କେଉଁଠାରୁ ଆସୁଥିଲା। କିଭଳି ବିକ୍ରି କରାଯାଉଥିଲା। ସେ ସଂପର୍କରେ କୌଣସି ସୂଚନା ନଥିବା ବେଳେ ଚଢଉ ସଂର୍ପକରେ ପୁଲିସ୍ କୌଣସି ସୂଚନା ଦେବା ପାଇଁ ମନା କରିଛି। ଯାଞ୍ଚ ପରେ ନକଲି ଘିଅ କାରଖାନା ନା ଅସଲି ଜଣାପଡ଼ିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି। ତେବେ ଏହି ନକଲି କାରଖାନା ମଧ୍ୟରେ ଅପ୍ରମିଶ୍ରଣ ହେବା ସହ ଭେଜଲ ସାମଗ୍ରୀ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ୍ ପ୍ରକାଶ କରିଛି। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ଏସ୍ଆଇ ସମୀର କୁମାର ବେହେରା ପୁଲିସ୍ ଫୋର୍ସ ସହ ଏହି ଚଢଉରେ ସାମିଲ ହୋଇଛନ୍ତି। ଏହି ଗୋଦାମରେ ରହିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖି ପଚରା ଉଚୁରା କରିବା ସହ କାଗଜପତ୍ର ଯାଞ୍ଚ ଚାଲିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here