ଗଜପତି ପୋଲିସ ଦ୍ୱାରା ଗିରଫ ଆନ୍ଧ୍ରର ଠକ ଯୁବକ

0
276

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭଳିଆ ବିଭିନ୍ନ ସ୍ଥାନର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରୁ ୩୦ ହଜାର ଟଙ୍କାରେ ମିଳିବ ଦେଢ ଲକ୍ଷ ଟଙ୍କାର ବାଇକ । ଏହି ଭଳି ପ୍ରଲୋଭନ ଦେଖାଇ ଗଜପତି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରୁ ଶତାଧିକ ଲୋକଙ୍କୁ ଠକିଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବକକୁ ଗିରଫ କରିଛି ସେରଙ୍ଗ ଥାନା ପୋଲିସ । ଗିରଫ ଯୁବକର ନାମ ଆରିକା ଭାସ୍କର ରାଓ । ଆନ୍ଧ୍ର ପ୍ରଦେଶ ପାର୍ବତୀ ପୁରମ ଅଞ୍ଚଳର ବୋଲି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା କହିଛନ୍ତି ।

ଲୋକଙ୍କୁ ଠକି ଗିରଫ ହେଲେ ଆନ୍ଧ୍ର ଯୁବକ ଏହି ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ଏଥିରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାଇଁ ସେ ନେଇ ତଦନ୍ତ ରୁ ଜଣାପଡିବ । କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେରଙ୍ଗ ପୋଲିସ ସୂଚନା ମିଳିଛି । ପୁଲିସ ସୂଚନା ଅନୁସାରେ ଭାସ୍କର ନିଜକୁ ଖ୍ରୀଷ୍ଟ ଧର୍ମର ପ୍ରଚାରକ ବୋଲି ପରିଚୟ ଦେଇ ଜିଲ୍ଲାର ଅନେକ ସ୍ଥାନ ଗୁମ୍ମା, ନୂଆଗଡ,ରାୟଗଡ଼, ଆଦି ବ୍ଲକ ରେ ରହୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ମଦର ଟେରେସା ଫାଉଣ୍ଡସେନ ମାଧ୍ୟମରେ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକଙ୍କୁ ଶସ୍ତାରେ ବାଇକ ଯୋଗାଇ ଦିଆଯାଉଥିବା କହିଥିଲେ । ମାତ୍ର ୩୦ ହଜାର ଟଙ୍କା ଦେଇ ଦେଢ ଲକ୍ଷ ଟଙ୍କାର ବାଇକ ଯୋଗାଇ ଦିଆଯିବା ବୋଲି ପ୍ରଲୋଭନ ଦେଖାଇଥିଲେ । ଏହି ସବୁ ଅଞ୍ଚଳରୁ ଶତାଧିକ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । କିନ୍ତୁ ବର୍ଷ ପରେ ବର୍ଷ ଓ ଦିନ ଗଡି ଚାଲିଲା । ହେଲେ ବାଇକ ମିଳିନଥିଲା ।ଏଥିରେ ଅତିଷ୍ଠ ହୋଇ ଠକାମୀର ଶିକାର ହୋଇଥିବା ଲୋକେ ସେରଙ୍ଗ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା କେଶ ନଂ ୩୯/୨୨ ରୁଜୁ କରି ତଦନ୍ତ ଆରମ୍ଭ କରିବା ଅଭିଯୁକ୍ତ ଭାସ୍କର ରାଓକୁ ଆନ୍ଧ୍ର ପ୍ରଦେଶ ପାର୍ବତୀପୁରମରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here