ଟିମ କ୍ଲିନ ସିଟିର ପୋଷ୍ଟର ଚିରା ଅଭିଯାନରେ ସାମିଲ ହେଲେ ଗୁଣ୍ଠବନ୍ଧର ସ୍କୁଲ ଛାତ୍ର।

0
618

ବ୍ରହ୍ମପୁର,୦୩/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ରେଶମ ସହର ବ୍ରହ୍ମପୁରକୁ ସୁନ୍ଦର ଓ ଶ୍ରେଷ୍ଠ ସହରରେ ପରିଣତ କରିବା ଉଦ୍ଦେଶ୍ୟରେ ଆଗକୁ ଆସିଛନ୍ତି ଟିମ କ୍ଲିନ ସିଟିର ସଦସ୍ୟମାନେ। ଏହି ଟିମରେ ସହରର ବିଭିନ୍ନ ବର୍ଗର ସଦସ୍ୟ ସକ୍ରିୟ ସାମିଲ ହୋଇଛନ୍ତି। ଏହି ଟିମ ପକ୍ଷରୁ ସହରରେ ରାସ୍ତାର ଉଭୟ ପାର୍ଶ୍ଵର କାନ୍ଥରୁ ପୋଷ୍ଟର ଚିରି ସଫା କରାଯାଉଛି। ଅଭିଯାନ ଦୀର୍ଘ ୨୯ଦିନରେ ପହଞ୍ଚି ସାରିଥିବା ବେଳେ ଏହାକୁ ଗଞ୍ଜାମ ଜିଲ୍ଲାପାଳ ଓ ବିଏମସି କମିଶନର ମଧ୍ୟ ସ୍ୱାଗତ କରିଛନ୍ତି। ତେବେ ଆଜି ଏହି ଅଭିଯାନକୁ ମିଳିଛି ବଡ଼ ସଫଳତା। ଅଭିଯାନରେ ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ଖଣ୍ଡି ବ୍ଲକର ଗୁଣ୍ଠବନ୍ଧ ଗ୍ରାମର ବିଦ୍ୟାଳୟର କୁନି କୁନି ଛାତ୍ରମାନେ ନିଜେ ସାମିଲ ହୋଇ ନିଜ ଅଂଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଚିରିଛନ୍ତି।

LEAVE A REPLY

Please enter your comment!
Please enter your name here